Latest Odisha News

BREAKING NEWS

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ କରିଥାଆନ୍ତି ।

କାରଣ ତୁଳସୀ ଗଛର ପତ୍ରକୁ ବିଭିନ୍ନ ଉପାୟରେ ଖାଇଲେ ଆମ ଶରୀରକୁ ବହୁ ରୋଗରୁ ଉପଶମ ମିଳିପାରିଥାଏ । କିଛି ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯିବାରୁ ବାରମ୍ବାର ଥଣ୍ଡା, ଜ୍ୱର, କାଶ ବା ଭୂତାଣୁ ଜନିତ ରୋଗର ସମସ୍ୟା ଦେଖାଦିଏ ।

ତେଣୁ ଏସବୁ ପାଇଁ ବିଭିନ୍ନ ଔଷଧପତ୍ର ଖାଇବା ବଦଳରେ ପ୍ରାକୃତିକ ଉପାୟରେ ଆରୋଗ୍ୟ ହେବାକୁ ଚେଷ୍ଟା କରିବା ଆବଶ୍ୟକ । ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମୁଣ୍ଡବ୍ୟଥା, ଅବସାଦ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ତୁଳସୀପତ୍ରରୁ ମିଳିଥାଏ ଯାବତୀୟ ଚର୍ମରୋଗରୁ ଉପଶମ ।

ଉଷୁମ ପାଣିରେ ତୁଳସୀ ପତ୍ର ପକାଇ ପିଇଲେ ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱରରୁ ଉପଶମ ମିଳେ । ଗଳାଜନିତ ଯନ୍ତ୍ରଣା ହେଉଥିଲେ ଉଷୁମ ପାଣିରେ ତୁଳସୀ ପତ୍ର ପକାଇ କୁଳୁକୁଚା କଲେ ଲାଭଦାୟକ ହୋଇଥାଏ । କାଶବୃଦ୍ଧି ତଥା ଜ୍ୱର ଓ ଥଣ୍ଡାଜନିତ ରୋଗରୁ ମୁକ୍ତି ପ୍ରଦାନ କରିଥାଏ ତୁଳସୀପତ୍ର । ଛୋଟଛୋଟ ପିଲାମାନଙ୍କୁ ସାଧାରଣତଃ ଜ୍ୱର ଏବଂ ଶର୍ଦ୍ଦି ସମୟରେ ସାମାନ୍ୟ ତୁଳସୀପତ୍ର ବାଟି ପିଆଇଲେ ଖୁବ୍ ଶିଘ୍ର ଥଣ୍ଡା ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

କିଡ଼ନୀ ଷ୍ଟୋନ୍ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ତୁଳସୀ ପତ୍ରର ରସକୁ ମହୁ ସହ ମିଶାଇ ନିୟମିତ ପିଇବା ଉଚିତ୍ ।

ମଧୁମେହ ବା ଡ଼ାଏବେଟିସ୍ ରୋଗ ପାଇଁ ତୁଳସୀ ପତ୍ର ଏକ ପ୍ରାକୃତିକ ଉପଚାର ଭାବେ କାମ ଦିଏ ।

ପ୍ରତିଦିନ ଦୁଇ/ତିନୋଟି ତୁଳସୀ ପତ୍ର ଚୋବାଇଲେ ଦୃଷ୍ଟିଶକ୍ତିରେ କୌଣସି ଅସୁବିଧା ଦେଖା ଦେଇନଥାଏ ।

ତେଣୁ ଭାରତୀୟମାନେ ଘରେ ଘରେ ତୁଳସୀକୁ ପୂଜା କରିବା ସହିତ ଯତ୍ନର ସହିତ ଘରେ ଗଛ ଲଗାଇଥିବାର ଦେଖାଯାଇଥାଏ । ଧୂମପାନ କରୁଥିବା ବ୍ୟକ୍ତି ତୁଳସୀ ପତ୍ର ଚୋବାଇଲେ ଆପେ ଆପେ ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହେ ।

ତ୍ୱଚା ଏବଂ କେଶ ପାଇଁ ତୁଳସୀ ପତ୍ରର ବ୍ୟବହାର ବେଶ୍ ଲାଭଦାୟକ । ନିୟମିତ ଭାବେ ଏହି ପତ୍ରକୁ ଚୋବାଇଲେ ଭୋକ ଲାଗିବା ସହ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ଦୂର ମଧ୍ୟ ହୋଇଥାଏ ।

ସୁନ୍ଦର ତ୍ୱଚା ଲାଗି ତୁଳସୀପତ୍ରକୁ ସେବନ କଲେ ଧିରେ ଧିରେ ତ୍ୱଚା ଆକର୍ଷଣୀୟ ହେବା ସହିତ ମୁହଁରେ ଥିବା ସମସ୍ତ କଳାଦାଗ ଧିରେ ଧିରେ ଅପସରି ଯାଇଥାଏ । ଫଳରେ କଳା ଦୁର ହୋଇ ମୁହଁରେ ଗୋରାପଣ ଚମକି ଉଠିଥାଏ ।

Leave A Reply

Your email address will not be published.