ପୁରୀ: ଆସନ୍ତା ଜୁଲାଇ ୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା ମୂଳକ କରାଯାଇଛି । ପୁରୀକୁ ଆସିବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ ଉପରେ ନଜର ରହିଛି । ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଆଉ ଥରେ କୋଭିଡ ଟେଷ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ ଜିଲ୍ଲାର ଲୋକଙ୍କୁ ୩୧ ଜୁଲାଇ ଯଏଁ ପୁରୀ ନଆସିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସାରା ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨ ଦିନ ମଧ୍ୟରେ ୧୦୦୦ରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରେ ମଧ୍ୟ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
Comments are closed.