Latest Odisha News

BREAKING NEWS

କେନ୍ଦୁଝର: ଚିକିତ୍ସା ଅବହେଳାରୁ ୭ ମାସ ଶିଶୁପୁତ୍ରର ମୃତ୍ୟୁ

କେନ୍ଦୁଝର : ୭ ମାସର କୋମଳମତି ଶିଶୁର ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁଯାୟୀ ସେକ୍ ନଇମ୍ ନାମକ ଜନୈକ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଚିକିତ୍ସା ନିମନ୍ତେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲେ ମଧ୍ୟ କୌଣସି ଡାକ୍ତର ତାକୁ ଦେଖିବା ପାଇଁ ଆସିନଥିଲେ । ଫଳରେ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଡାକ୍ତରଙ୍କ ଖାମଖିଆଲି ମନୋଭାବ ତଥା ଉପଯୁକ୍ତ ଚିକିତ୍ସା ଅଭାବରୁ ତାର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.