Latest Odisha News

ଆସନ୍ତୁ ଜାଣିବା କେଉଁ ଦ୍ୱୀପରେ ରହୁଛନ୍ତି ମାଳ ମାଳ ସାପ

ନୂଆଦିଲ୍ଲୀ:ଆଇସଲ୍ୟାଣ୍ଡ ବା ଛୋଠ ଛୋଟ ଦ୍ୱୀପକୁ ମଉଜ ମଜଲିସ କରିବା ପାଇଁ ସମସ୍ତେ ଯାଇଥାନ୍ତି । ତେବେ ଏପରି ଏକ ଆଇସଲ୍ୟାଣ୍ଡ ଅଛି ଯେଉଁଠି ମାଳ ମାଳ ସାପ ବିଚରଣ କରୁଥାନ୍ତି । ସେଠାକୁ ଥରେ ଯିଏ ଯାଏ ଫେରିକି ଆସିବା କଷ୍ଟକର ହୋଇଥାଏ । ଏହି ଆଇସଲ୍ୟାଣ୍ଡ ବ୍ରାଜିଲରେ ରହିଛି ଏବଂ ଏହାର ନାମ ସ୍ନେକ ଆଇସଲ୍ୟାଣ୍ଡ(ପୂର୍ବରୁ ଏହାର ନାମ ଥିଲା ଇଲ୍ଲାହ ଦା କ୍ୟୁଇମାଦା) । ଏଠାରେ ସବୁଠାରୁ ମାରାତ୍ମକ ବିଷଧର ସାପ ୱାଇପର ମଧ୍ୟ ରହିଥାଏ । ଯାହା କି ଆବଶ୍ୟକ ପଡିଲେ ଉଡି ମଧ୍ୟ ପାରିବ ।ବ୍ରାଜିଲିଆନ୍ ନେଭି ଏହି ସ୍ଥାନକୁ ସାଧାରଣ ମଣିଷ ଯିବା ଉପରେ କଟକଣା ରଖିଛି । ୪୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଏଠାରେ ରହୁଛନ୍ତି । ସାପ ଉପରେ ବିଶେଷଜ୍ଞମାନେ ଗବେଷଣା ମଧ୍ୟ ଏଠାରେ କରୁଛନ୍ତି । ଏଥିପାଇଁ ସେମାନେ ସୁରକ୍ଷା ପୋଷାକ ପିନ୍ଧିଥାନ୍ତି । ଅବଶ୍ୟ ବେଶି ଭିତରକୁ ଯାଇ ନ ଥାନ୍ତି । କେତେକ ଦୁର୍ଲଭ ପ୍ରଜାତିର ସାପ ଏଠାରେ ଅଛନ୍ତି ଯାହାର ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ।

Comments are closed.