Latest Odisha News

BREAKING NEWS

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏ ଦୃଶ୍ୟ ହେଉଛି ଉତ୍ତରପ୍ରଦେଶ ପ୍ରୟାଗରାଜର ରାଣୀ ନେହେରୁ ସରକାରୀ ହସ୍ପିଟାଲ ଆଗର । ଯେଉଁଠି ଜଣେ ୮୦ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ତାଙ୍କୁ ଗୋଇଠା ମାରି ମାରି ହସ୍ପିଟାଲ ବାହାରକୁ ବାହାର କରୁଛନ୍ତି ।

ରାତି ହେବାରୁ ବୃଦ୍ଧା ଜଣକ ହସ୍ପିଟାଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ତେବେ ସିକ୍ୟୁରିଟି ଗାର୍ଡ ସମ୍ପୃକ୍ତ ବୃଦ୍ଧାଙ୍କୁ ସେଠାରୁ ନିର୍ମମ ଭାବେ ମାଡ ମାରି ତଡି ଦେଇଥିଲେ । ତେବେ କେହି ଜଣେ ଏ ପୁରା ଘଟଣାର ଭିଡିଓକୁ ଗୁପ୍ତ ଭାବେ ସୁଟ୍ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କରିଦେଇଥିଲେ । ଏହାପରେ ଭିଡିଓଟି ଏବେ ଭାଇରାଲ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ଉକ୍ତ ସିକ୍ୟୁରିଟି ଗାର୍ଡକୁ ପୋଲିସ ଗିରଫ କରିଛି । ଏଥିସହ ଆହତ ବୃଦ୍ଧା ଜଣକୁ ସେହି ହସ୍ପିଟାଲରେ ଆଡମିଟ କରାଯାଇଛି ।

Leave A Reply

Your email address will not be published.