Latest Odisha News

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା ଦଳର ସମସ୍ତ ସଂଗଠନ

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍‌ କୁ ମଧ୍ୟ ଭଙ୍ଗାଯାଇଛି । ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି ।

ବିଧାନସଭା ନିର୍ବାଚନରେ ବିଜେଡି ଧରାଶାୟୀ ହେବାପରେ, ଚଳିତ ଥର ଦଳର ନବକଳେବରରେ କିଛି ନୂଆ ଘଟଣା ଘଟିପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ, ବିଜେଡିର ସାଙ୍ଗଠନିକ ନିର୍ବାଚନକୁ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ତଥା ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସାଙ୍ଗଠନିକ କାର୍ଯ୍ୟକ୍ରମ ଗୋଟିଏ ଦଳର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ନିର୍ଦ୍ଧାରିତ ସମୟରେ ବିଜେଡିର ନିର୍ବାଚନ ହୋଇଥାଏ । କୋଭିଡ କାରଣରୁ ଦଳର ସାଙ୍ଗଠନିକ ନିର୍ବାଚନ ହୋଇପାରିନଥିଲା । ଆଗାମୀ ୧୦ରୁ ୧୨ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Comments are closed.