Latest Odisha News

BREAKING NEWS

ବଦାୟୁଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ବଦାୟୁଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ କରାଯାଇଛି । ଘଟଣା ଘଟାଇବା ପରେ ଜାଭେଦ ନିଜ ମୋବାଇଲକୁ ସ୍ଵିଚ୍ ଅଫ୍ କରି ଦିଲ୍ଲୀ ଚାଲି ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ସାଟେଲାଇଟ୍ ବସ୍ ଷ୍ଟାଣ୍ଡରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ଗିରଫ ପରେ ବରେଲି ପୋଲିସ ଜାଭେଦଙ୍କୁ ବଦାୟୁଁ ପୋଲିସକୁ ହସ୍ତାନ୍ତର କରିଛି । ଜାଭେଦର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଗିରଫ ନେଇ ସୂଚନା ଦେଇଛି ବଦାୟୁଁ ପୋଲିସ । ଗିରଫପରେ ଜାଭେଦକୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ଘଟଣାରେ ମୃତକ ଆୟୁଷ ଆହାନର ମା’ କହିଛନ୍ତି ଯେ ‘ସାଜିଦ ମୋ ଘରକୁ ଆସି ମୋତେ ପ୍ରଥମେ ୫ ହଜାର ଟଙ୍କା ମାଗିଥିଲେ। ମୁଁ ତାଙ୍କୁ ଟଙ୍କା ଦେବା ପରେ ସେ ଉପର ମହଲାକୁ ଯାଇ ମୋ ପୁଅମାନେ ଖେଳୁଥିବା ବେଳେ ସେ ମୋ ପୁଅମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ମୋତେ ନ୍ୟାୟ ଦରକାର । ଜାଭେଦଙ୍କୁ ଆମ ସାମ୍ନାରେ ପଚରାଉଚରା କରାଯିବା ଉଚିତ୍ ବୋଲି କହିଛନ୍ତି ମୃତକଙ୍କ ମା’ ।

ସୂଚନା ଅନୁସାରେ, ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ବରେଲି ପୋଲିସ ଜାଭେଦଙ୍କ ଭାଇ ସାଜିଦକୁ ଏନକାଉଣ୍ଟର କରିଥିଲା ପୋଲିସ । ସାଜିଦର ଛାତିରେ ୩ଟି ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର କହିବା ଅନୁସାରେ, ଯେତେବେଳେ ପୋଲିସ ସାଜିଦକୁ ଦେଖି ତାକୁ ଧରିବା ପାଇଁ ଗୋଡାଇଥିଲା ସେତେବେଳେ ସେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ତା’ପରେ ପୋଲିସ ପ୍ରତିଉତ୍ତରରେ ସାଜିଦ ଉପରକୁ ଗୁଳି ଚଳାଇଥିଲେ । ଶେଷରେ ପୋଲିସ ଗୁଳିରେ ନିହତ ହୋଇଥିଲା ସାଜିଦ । ସାଜିଦ ମୃତ୍ୟୁତ ୨୪ ଘଣ୍ଟା ଭିତରେ ହିଁ ଦ୍ଵିତୀୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ପୋଲିସ । ତେବେ ବଦାୟୁଁ ଡବଲ୍ ମର୍ଡର ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଜାଭେଦକୁ ଧରାଇବା ପାଇଁ ୨୪,୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ସାଜିଦ ଏବଂ ମୃତ ଦୁଇ ଭାଇଙ୍କ ବାପା ବିନୋଦ ପରସ୍ପରର ପଡୋଶୀ ଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବଦା ଦେଖା ଦେଇଥିଲା। ହଠାତ ମଙ୍ଗଳବାର ସ୍ତ୍ରୀର ସ୍ଵାସ୍ଥ୍ୟ ଖରାପ କହି ବିନୋଦଙ୍କ ଘରକୁ ଯାଇ ଟଙ୍କା ମାଗିଥିଲା । ସେତେବେଳେ ବିନୋଦ ଘରେ ନଥିଲେ । ବିନୋଦଙ୍କ ସ୍ତ୍ରୀ ଟଙ୍କା ଦେବାପରେ ଘର ଭିତରେ ଥିବା ତିନି ପୁଅ ଖେଳୁଥିବା ଦେଖି ଅଭିଯୁକ୍ତ ସାଜିଦ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଆକ୍ରମଣରେ ବିନୋଦର ଅନ୍ୟ ଜଣେ ଛୋଟ ପୁଅ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.