Latest Odisha News

BREAKING NEWS

ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ତାତିରେ ଲାଗିଛି ବ୍ରେକ୍ । ଅସହ୍ୟ ଗରମର ମିଳିଛି ଆଶ୍ବସ୍ତି । ଆଜି ରାଜ୍ୟରେ ୩୫ ଡ଼ିଗ୍ରୀ ତଳେ ରହିଛି ୨୦ ଟି ସହରର ତାପମାତ୍ରା । ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ଦିନତାପମାତ୍ର ସର୍ବାଧିକ ୧୦ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୮ ରୁ ୯ ଡ଼ିଗ୍ରୀ ଯାଏଁ ତଳକୁ ଖସିଛି । ଏନେଇ ବୁଲେଟିନ୍ ଜାରି କରି ସୂଚନା ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ଜାରି ବୁଲେଟିନ୍ ଅନୁସାରେ, ୩୯.୩ ଡିଗ୍ରୀ ସହ ମାଲକାନଗିରି ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏହାପରକୁ ରହିଛି କେନ୍ଦ୍ରାପଡ଼ା ଯେଉଁଠି ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ତାପରେ ସୁନ୍ଦରଗଡ଼ରେ ୩୮.୨ ଡିଗ୍ରୀ ରହିଛି, ସମ୍ୱଲପୁରରେ ୩୭.୫ ଡିଗ୍ରୀ, ଯାଜପୁରରେ ୩୭.୪ ଡିଗ୍ରୀ, ନୟାଗଡ଼ରେ ୩୭.୪ ଡିଗ୍ରୀ, ବୌଦ୍ଧରେ ୩୬.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୩ ଡିଗ୍ରୀ, ରାଉରକେଲାରେ ୩୬.୨ ଡିଗ୍ରୀ, ଦେବଗଡ଼ରେ ୩୬.୨ ଡିଗ୍ରୀ, ସୋନପୁରରେ ୩୬ ଡିଗ୍ରୀ, ଖୋର୍ଦ୍ଧାରେ ୩୬ ଡିଗ୍ରୀ, ଅନୁଗୁଳରେ ୩୫.୭ ଡିଗ୍ରୀ, ତାଳଚେରରେ ୩୫.୪ ଡିଗ୍ରୀ, ଛତ୍ରପୁରରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୫.୧ ଡିଗ୍ରୀ, ବରଗଡ଼ରେ ୩୫ ଡିଗ୍ରୀ, ବଲାଙ୍ଗିରରେ ୩୪.୫ ଡିଗ୍ରୀ, ଢେଙ୍କାନାଳରେ ୩୪.୫ ଡିଗ୍ରୀ ଓ ବାରିପଦାରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ଜଗତସିଂହପୁରରେ ୩୩.୪ ଡିଗ୍ରୀ, ଭବାନୀପାଟଣାରେ ୩୩.୫ ଡିଗ୍ରୀ, କଟକରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୮ ଡିଗ୍ରୀ, ଚାନ୍ଦବାଲିରେ ୩୨.୭ ଡିଗ୍ରୀ, ରାୟଗଡ଼ାରେ ୩୨.୬ ଡିଗ୍ରୀ, ଭୁବନେଶ୍ୱରରେ ୩୨.୫ ଡିଗ୍ରୀ, ବାଲେଶ୍ୱରରେ ୩୨.୫ ଡିଗ୍ରୀ, କେନ୍ଦୁଝରରେ ୩୨ ଡିଗ୍ରୀ,ପାରାଦୀପରେ ୩୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୦.୬ ଡିଗ୍ରୀ, ପୁରୀରେ ୩୦.୩ ଡିଗ୍ରୀ, ଭଦ୍ରକରେ ୨୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୨୮.୫ ଡିଗ୍ରୀ, କୋରାପୁଟରେ ୨୮.୫ ଡିଗ୍ରୀ ଓ ନବରଙ୍ଗପୁରରେ ତାପମାତ୍ରା ୨୫.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସେପଟେ ଝିପି ଝିପି ମେଘରେ ଟ୍ବିନ ସିଟିରେ ଲାଗିଛି ତାତିରେ ବ୍ରେକ୍ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ରେ ୭.୩ ଡିଗ୍ରୀ ଏବଂ କଟକ ରେ ୪.୨ ଡିଗ୍ରୀ ତଳକୁ ଖସିଲା ତାତି ।

Leave A Reply

Your email address will not be published.