Latest Odisha News

BREAKING NEWS

ଟି୨୦ ବିଶ୍ୱକପ:ଆୟର୍ଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସୋମବାର ଆୟର୍ଲାଣ୍ଡକୁ ୪୨ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା । ଆରୋନ ଫିଂଚ ସର୍ବାଧିକ ୬୩ ରନର ଇନିଂସ ଖେଳିଥିବା ବେଳେ ମିଚେଲ ମାର୍ଶ ୨୮ ଓ ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ । ଆୟର୍ଲାଣ୍ଡର ବ୍ୟାରି ମାକକାର୍ଥୀ ୩ଟି ୱିକେଟ ନେଇଥିଲେ । ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ୧୮.୧ ଓଭରରେ ୧୩୭ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଲୋର୍କାନ ଟକର ଆକର୍ଷଣୀୟ ୭୧ ରନ କରି ନଟଆଉଟ ରହିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଅଷ୍ଟ୍ରେଲିଆର ଶୃଙ୍ଖଳିତ ବୋଲିଂ ଆଗରେ ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନ ଥିଲେ । ମିଚେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ, ଆଡାମ ଜାମ୍ପା ଓ ପ୍ୟାଟ କମିନ୍ସ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.