Latest Odisha News

BREAKING NEWS

୨୩ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏକ 'ଗଭୀର ଅବପାତ'ର ରୂପ ନେବାକୁ ଯାଉଛି । ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଦ୍ରୁତ ଗତି କରି ଆସନ୍ତା ୨୩…

ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ଏବେ ଏକ ନୂଆ ଏବଂ ସାଂଘାତିକ ସମସ୍ୟା ଦେଇ ଗତି କରୁଛି । ସହରର ରାସ୍ତାଘାଟରେ ମୋବାଇଲ୍ ଫୋନ୍ ଛିନତାଇ କିମ୍ବା ଲୁଟ୍ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲଣ୍ଡନକୁ ଏବେ 'ଫୋନ୍ ସ୍ନାଚିଂ କ୍ୟାପିଟାଲ୍' ବା 'ଫୋନ୍ ଲୁଟ୍‌ର ରାଜଧାନୀ' ବୋଲି କୁହାଯାଉଛି ।…

ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ସବୁଜ ଅଳେଇଚ, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଆମ ଭାରତୀୟ ରୋଷେଇ ଘରେ ସବୁଜ ଅଳେଇଚ ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଭିନ୍ନ ବ୍ୟଞ୍ଜନ ଓ ମିଷ୍ଟାନ୍ନର ସ୍ୱାଦ କିମ୍ବା ବାସ୍ନା ବଢ଼ାଇବା ପାଇଁ ହେଉ କିମ୍ବା ଏକ ପ୍ରାକୃତିକ ମାଉଥ୍ ଫ୍ରେସନର୍ ଭାବରେ, ଲୋକେ ଦୈନନ୍ଦିନ ଜୀବନରେ ଏହାର ବ୍ୟାପକ ବ୍ୟବହାର କରିଥାନ୍ତି । ତେବେ ଖାଇବା…

ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’

ମୁମ୍ବାଇ: ତାରକାମାନଙ୍କୁ ନେଇ ଗୁଜବ ଓ ଚର୍ଚ୍ଚା ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ । ନିକଟରେ ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା ଏବଂ 12th Fail ସିନେମା ଫେମ୍ ଅଭିନେତ୍ରୀ ମେଧା ଶଙ୍କରଙ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଥିଲା । ଉଭୟ…

ସ୍ମାର୍ଟଫୋନ୍ ପାଇଁ ସୁନା ବିକ୍ରି! ଦିଲ୍ଲୀ ବ୍ୟକ୍ତିଙ୍କ କାରନାମା ଦେଖି ହତବାକ୍ ଶିଳ୍ପପତି ହର୍ଷ ଗୋଏଙ୍କା

ନୂଆଦିଲ୍ଲୀ: ଆପଲର ନୂଆ ଆଇଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ସବୁବେଳେ ଏକ ନିଆରା କ୍ରେଜ୍ ଦେଖିବାକୁ ମିଳିଥାଏ। ତେବେ ଏହି ନିଶା ବେଳେବେଳେ ଏପରି ସ୍ତରରେ ପହଞ୍ଚିଯାଏ ଯେ ଲୋକମାନେ ନିଜର ବହୁମୂଲ୍ୟ ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଦିଲ୍ଲୀରୁ ଏଭଳି ଏକ…

ଯୁଦ୍ଧର ସିଧାସଳଖ ପ୍ରଭାବ: ଇନ୍ଧନ ସଙ୍କଟ ଭିତରେ ବିଦ୍ୟୁତ୍ ଦର ବଢ଼ାଇବାକୁ ପ୍ରସ୍ତୁତ ଇସଲାମାବାଦ

ଇସଲାମାବାଦ: ଖାଦ୍ୟ ସଙ୍କଟ ଏବଂ ଆକାଶଛୁଆଁ ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଥିବା ପାକିସ୍ତାନର ଜନସାଧାରଣଙ୍କୁ ପୁଣି ଏକ ବଡ଼ ଝଟକା । ଅଟା, ଚାଉଳ ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଡହଳବିକଳ ହେଉଥିବା ପାକିସ୍ତାନୀଙ୍କ ଉପରେ ଏବେ ମହଙ୍ଗା ବିଦ୍ୟୁତ୍ ବିଲ୍‌ର ବୋଝ ଲଦି ଦିଆଯିବ ।…

ଭୟଙ୍କର ରୂପ ନେଉଛି ରୁଷ-ୟୁକ୍ରେନ୍ ଯୁଦ୍ଧ: ମସ୍କୋକୁ ଡ୍ରୋନ୍ ଟାର୍ଗେଟ୍ ପରେ କିଭ୍ ଉପରେ ବର୍ଷିଲା ବୋମା

କିଭ୍/ମସ୍କୋ: ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଉଦ୍ୟମ ପରେ ରୁଷ ଏବେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି । ପ୍ରତିଶୋଧ ପରାୟଣ ହୋଇ ରୁଷୀୟ ବାହିନୀ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣ ଫଳରେ କିଭ୍ ସହର ଥରି ଉଠିବା ସହ…

ମରଣ ମୁହଁରୁ ଫେରିଲେ ଯୁବକ: ଅନ୍ଧାର ରାତିରେ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଯୋଗୁଁ ବଞ୍ଚିଗଲା ଅମୂଲ୍ୟ ଜୀବନ

ଭୁବନେଶ୍ୱର: ମରଣ ମୁହଁରୁ ଫେରିଲେ ଯୁବକ । ରାତି ଅଧର ନିସ୍ତବ୍ଧତା ଭିତରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ଜଣେ ୨୧ ବର୍ଷୀୟ ଯୁବକ ଭରା ନଦୀକୁ ଡେଇଁ ପଡ଼ିଥିବା ବେଳେ, ଠିକ୍ ସମୟରେ ଦେବଦୂତ…

Asian Games 2026: ସୁଟିଂରେ ଭାରତକୁ ଆଉ ଏକ ପଦକ, ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଟିମ୍‌କୁ ମିଳିଲା ରୌପ୍ୟ

ନାଗୋୟା, ଜାପାନ: ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ସୁଟରମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ପ୍ରତିଯୋଗିତାର ତୃତୀୟ ଦିନରେ ଭାରତକୁ ସୁଟିଂରୁ ଆଉ ଏକ ବଡ଼ ସଫଳତା ମିଳିଛି । ସୋମବାର ଦିନ ଖେଳାଯାଇଥିବା ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଦଳଗତ…

ଉପକୂଳରେ ଛୋଟ ଧରଣର ବାତ୍ୟା ଆଶଙ୍କା: ୨୩ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉପକୂଳକୁ  ଛୋଟ ଧରଣର ବାତ୍ୟା ମାଡ଼ି ଆସିବାର ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଲଘୁଚାପ ଆଜି ଏକ ଅବପାତ ରୂପ ନେବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତାଜା ସୂଚନା ଅନୁଯାୟୀ, ଏହି ସିଷ୍ଟମ କ୍ରମାଗତ ଭାବେ ଘନୀଭୂତ ହୋଇ…