Latest Odisha News

BREAKING NEWS

ରାତିରେ ଗଛ କାଟିବାକୁ ଆସିଥିଲା ପ୍ରଶାସନ, ଅଟକାଇଲେ ପ୍ରକୃତିପ୍ରେମୀ

ଭୁବନେଶ୍ୱର: ଦୈନନ୍ଦିନ ଜୀବନର କାମ ସାରି ଲୋକେ ବିଛଣା ଉପରକୁ ଯିବା ବେଳକୁ ରାତି ଅଧରେ ଗଛ କାଟିବାକୁ ଉଦ୍ୟମ କରିଥିଲା ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ଜେସିବି ସହିତ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଥିଲା ବନ ବିଭାଗ । ଆଉ ସକାଳ ହେବା ବେଳକୁ ଗଛ କାଟି ପଦା କରିବାକୁ ଉଦ୍ୟମ କରିଥିଲା।…

କଶ୍ମୀର ପ୍ରସଙ୍ଗରେ ନର୍ଥ ବ୍ଲକରେ ଶାହଙ୍କୁ ଭେଟିଲେ ଡୋଭାଲ, ଆଜି ଉପରାଜ୍ୟପାଳଙ୍କ ସହ ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ଉପରାଜ୍ୟପାଳଙ୍କ ସହ ବୈଠକ କରିବେ । କଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାପୂର୍ବରୁ ଗୁରୁବାର ନର୍ଥ ବ୍ଲକରେ ଅମିତ ଶାହଙ୍କୁ ଭେଟିଛନ୍ତି ଦେଶର ସୁରକ୍ଷା…

ହୋମଗାର୍ଡଙ୍କୁ ମାସିକ ୯ ହଜାର ଟଙ୍କା ଦେଇ ରାଜ୍ୟ ସରକାର ଶୋଷଣ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସରକାର କରୁଛନ୍ତି ଶୋଷଣ । ହୋମଗାର୍ଡ ମାନଙ୍କୁ ମାସିକ ୯ ହଜାର ଟଙ୍କା ଲେଖାଏଁ ବେତନ ଦେଇ ଶୋଷଣ କରିବା ଛଡା ଆଉ କିଛି କରୁ ନାହାନ୍ତି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଗୃହ ବିଭାଗ ଅଧୀନରେ…

ରାଜଧାନୀରେ ଗଛ କଟାକୁ ନେଇ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛ କଟା ପ୍ରସଙ୍ଗରେ ରିପୋର୍ଟ ଦେବେ ସରକାର । ଗୁରୁବାର ହାଇକୋର୍ଟ ଏହି ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ କ୍ୱାଟର୍ସ ନିର୍ମାଣ, ଗଛ କଟା,…

ତାରାଙ୍କ ତେରଚ୍ଛା ବାଣରେ ହସି ପକାଇଲେ ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ଶରତ ପଟ୍ଟନାୟକ ହେବା ପରେ ସବୁ ଠିକଠାକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ଦିନ ଧରି ଚାଲିଥିବା ନବ ସଂକଳ୍ପ ସମାବେଶରେ ତିନି ନିର୍ବାଚିତ ବିଧାୟକ ଅନୁପସ୍ଥିତ ରହିବା ପରେ ଜଣାପଡିଛି ଦଳରେ ପୁରୁଣା ରୋଗର 'ଭୂତାଣୁ' ଦୂର ହୋଇନି ।…

ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, ୧୧ ପ୍ରାର୍ଥୀଙ୍କ ଛାତି ଧଡଧଡ

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜି ଭୋଟ୍ ବାକ୍ସ ଖୋଲିବା ପରେ ଜଣାପଡିବ କିଏ ହେବ ବ୍ରଜରାଜନଗର ବାଜିଗର। ଭୋଟ ଗଣତି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ ପାଖରୁ ଆରମ୍ଭ…

ପୁରୀ ପରିକ୍ରମା ପ୍ରକଳ୍ପ: ଆଜି ଆସିବ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାୟ ସଂରକ୍ଷିତ ରହିଛି । ଆଜି ଏହାର ରାୟ ଆସିବ ବୋଲି ସୂଚନା ରହିଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ବେଳେ ବେଆଇନ କାମ ହୋଇଛି କହି ଦୁଇ ଜଣ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ବି. ଆର୍. ଗଭାଇ ଓ…

ନେପାଳ ବିମାନ ଦୁର୍ଘଟଣା: ହିମାଳୟ ପାଦଦେଶରେ ଚାରି ଓଡ଼ିଆଙ୍କ ଜୁଇ ଜଳିଲା

କାଠମାଣ୍ଡୁ: ଯେଉଁସ୍ଥାନକୁ ବୁଲିବା ପାଇଁ ଚାରି ଓଡ଼ିଆ ଯାଇଥିଲେ। ଏବେ ସେହି ସ୍ଥାନରେ ତାଙ୍କର ଜୁଇ ଜଳିଛି । ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୋନପୁରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ (ଛାଡପତ୍ର ଦେଇଥିଲେ) ବୈଭବୀ ବନ୍ଦେକର ତ୍ରିପାଠୀ ଓ ପୁଅ ଧନୁଷ (୨୨) ଏବଂ ରିତିକା…

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାରି ଭିତରେ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ଏହି ମାମଲା ଦାୟର କରିଛନ୍ତି…

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା…