Latest Odisha News

BREAKING NEWS

ଝାଡଖଣ୍ଡରେ ଏନଟିପିସି ଡିଜିଏମଙ୍କୁ ଗୁଳିକରି ହତ୍ଯା

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏନଟିପିସିର ଡିଜିଏମ କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଫତାହା ଜଙ୍ଗଲ ନିକଟରେ ଗୁଳି ହତ୍ୟା କରାଯାଇଥିଲା। ଯାହା ପରେ ଦୁବୁର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୂଚନା ଅନୁଯାୟୀ, ଘଟଣାଟି ଆଜି ସକାଳ ୧୦ଟାରେ ଘଟିଥିଲା। କୁମାର…

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ

ଖଲ୍ଲିକୋଟ: ବାହାଘର ପ୍ରୋସେସନ ପାଲଟିଲା ରଣକ୍ଷେତ୍ର । ଖଲ୍ଲିକୋଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ । ବିବାଦକୁ ନେଇ ଜଣଙ୍କୁ ପିଠିରେ ଛୁରୀ ଭୂଷି ଆକ୍ରମଣ । ଗଣ୍ଡଗୋଳ ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି…

ଅନ୍ତର୍ଜାତୀୟ ମହିଳା ଦିବସ: ତାଜମହଲ ସମେତ ଏସବୁ ପର୍ଯ୍ୟଟନ ସ୍ଥଳୀକୁ ମାଗଣା ଏଣ୍ଟ୍ରି

ଆଗ୍ରା: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାକୁ ଉତ୍ତର ପ୍ରଦେଶ ଏକ ଉପହାର ଦେଇଛି। ପର୍ଯ୍ୟଟକମାନେ ସହରର ସଂରକ୍ଷିତ ସ୍ମାରକୀଗୁଡ଼ିକୁ ମାଗଣା ପ୍ରବେଶ ପାଇପାରିବେ। ସେଗୁଡ଼ିକ ମଧ୍ୟରେ ତାଜମହଲ, ଆଗ୍ରା ଦୁର୍ଗ, ମହତାବ ବାଗ, ଫତେପୁର ସିକ୍ରି, ସିକନ୍ଦରା ଏବଂ ଅନ୍ୟାନ୍ୟ ସ୍ମାରକୀ ରହିଛି।…

ପିଜି ପାଇଁ ମାର୍ଚ୍ଚ ୧୦ରୁ ନାମଲେଖା ଆବେଦନ, ମେ ପ୍ରଥମ ସପ୍ତାହରେ ପରୀକ୍ଷା

ଭୁବନେଶ୍ଵର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଠାରୁ Common…

ବରଗଡରେ ଏକ ସପିଂ ମଲ୍ ସିଲ୍ କଲା ପ୍ରଶାସନ

ବରଗଡ଼: ବରଗଡରେ ଏକ ସପିଂ ମଲକୁ ସିଲ୍ କଲା ପ୍ରଶାସନ। ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୫ ଲକ୍ଷ ଜରିମାନା ଆଦାୟ କଲା ବରଗଡ଼ ପୌର ପରିଷଦ। ସୂଚନା ଅନୁଯାୟୀ, ନୋ-ପାର୍କିଂ ଜୋନ୍‌ରେ ପାର୍କିଂ କରାଯାଉଥିବା ଯୋଗୁ ବରଗଡ଼ ପୌର ପରିଷଦ ପକ୍ଷରୁ ଏଭଳି ଜରିମାନା ଆଦାୟ କରାଯାଇଛି। ତେବେ ପୌର…

ସହିଦ ନଗରର ମିକ୍ସର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଅଞ୍ଚଳରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିବା କାରଣରୁ ପ୍ରବଳ ମାତ୍ରାରେ ଧୂଆଁ ଉଠିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦେଇଥିଲେ। …

ପାଖୋଉଛି ବାତ୍ଯା ‘ଆଲଫ୍ରେଡ’; ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାରଙ୍କ ନିର୍ଦ୍ଦେଶ

ବ୍ରିସବେନ: ଅଷ୍ଟ୍ରେଲିଆରେ ବାତ୍ଯା ଆଲଫ୍ରେଡ୍ ଆସିବା ପୂର୍ବରୁ ଶନିବାର ଦିନ ଏହାର ପୂର୍ବ ଅଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ଯା ପ୍ରଭାବରେ ପ୍ରବଳ ବର୍ଷା, ବଡ଼ବଡ଼ ଢେଉ ଏବଂ ପବନ ବେଗ ବଢିବ ଯାହା ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ କରିବ।…

ଆଜି ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯିବ। ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ସୂଚନା ଅନୁଯାୟୀ, ଆଜି ପୁଣି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ୫ ହଜାର ଟଙ୍କା।…