Latest Odisha News

BREAKING NEWS

ପ୍ରକାଶ ପାଇଲା OSSTET-୨୦୨୬ ରେଜଲ୍ଟ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ OSSTET-୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ପେପର-୧ରେ ୪୧,୧୯୨ ଓ ପେପର-୨ରେ ୩,୧୦୬ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍‌ ୪୪,୨୯୮ ପରୀକ୍ଷାର୍ଥୀ…

ଆଇସିସିର ବଡ଼ ନିଷ୍ପତ୍ତି: ଅନ୍ତର୍ଜାତୀୟ କ୍ରିକେଟରେ ଏଣିକି ହେବ ‘ବ୍ୟାଟ୍ ଗେଜ୍ ଟେଷ୍ଟ’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟରମାନଙ୍କ ବ୍ୟାଟ୍‌ର ଆକାର ଓ ମାପକୁ ନେଇ କଡ଼ା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କଟକଣା ଲାଗୁ କରିବାକୁ ଯାଉଛି  । ଆଇପିଏଲ୍  ଢାଞ୍ଚାରେ ଏଣିକି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ଅମ୍ପାୟାର ଓ ମ୍ୟାଚ୍ ଅଧିକାରୀମାନେ ଖେଳାଳିମାନଙ୍କ ବ୍ୟାଟ୍‌ର ଯାଞ୍ଚ…

ୱେଲିଂଟନ ଡ୍ର’ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆଶାକୁ ବଡ଼ ଝଟକା

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ୱେଲିଂଟନଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ହାଇ-ସ୍କୋରିଂ ଡ୍ର’ରେ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଡ୍ର’ ଯୋଗୁଁ ଉଭୟ ଦଳର ପଏଣ୍ଟ ପ୍ରତିଶତ ହ୍ରାସ…

ବିରିୟାନି ଖାଇ ୨୦ରୁ ଅଧିକ ଅସୁସ୍ଥ;ପାଣି,ଚିକେନ୍ ଓ ଗ୍ରୋସରୀ ସାମଗ୍ରୀର ନମୂନା ସଂଗ୍ରହ

ଅନୁଗୋଳ:ବିରିୟାନି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ। ୧୫ ଜଣଙ୍କ ଅବସ୍ଥା ଗୁରୁତର। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାଲିଆବେଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର କିଛି ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇବା ପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗୁରୁତରଙ୍କୁ ଖମାର…

ତ୍ୱିଶା ପାଣିଗ୍ରାହୀ ହେଲେ ରାଜ୍ୟର ସର୍ବକନିଷ୍ଠ ସ୍କୁବା ଡାଇଭର, ପୂର୍ବରୁ ବଡ଼ ଭଉଣୀ କରିଥିଲେ ରେକର୍ଡ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ । ସମ୍ବଲପୁର ଝିଅ ତ୍ୱିଶା ପାଣିଗ୍ରାହୀ ହେଲେ ସର୍ବ କନିଷ୍ଠ ସ୍କୁବା ଡାଇଭର। ଦୁବାଇ ସ୍ଥିତ ଓଡ଼ିଆ ଝିଅ ତ୍ୱିଶା ପାଣିଗ୍ରାହୀ, ଓଡ଼ିଶାର ସବୁଠାରୁ କମ୍ ବୟସର ସ୍କୁବା ଡାଇଭର (scuba diver) ହେବାର ଗୌରବ ଅର୍ଜନ କରିଛନ୍ତି। ଗତ ସପ୍ତାହ ୧୫ ନଭେମ୍ବରରେ…

ଶ୍ରୀମନ୍ଦିରରେ ଚାଲିଛି ନକଲି ଗୁମାସ୍ତାଙ୍କ ରାଜ୍: ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍, ୫ ଗିରଫ

ପୁରୀ: ଶ୍ରୀମନ୍ଦିର ନିକଟରୁ ପୁଣି ଧରାପଡିଲେ ନକଲି ଗୁମାସ୍ତା। ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍ କରୁଥିଲେ। ଏହି ଅଭିଯୋଗରେ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ଗିରଫ ୫ ନକଲି ଗୁମାସ୍ତା ହେଉଛନ୍ତି ପୁରୀ ସଦର ଥାନା…

Modi-Balen Meet: ନେପାଳରେ ହେବ ଆଇଆଇଟିର ଏକ କ୍ୟାମ୍ପସ, ୧୫ହଜାର କୋଟିର ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ: ସୁଦୃଢ ହେଉଛି ଭାରତ-ନେପାଳ ସମ୍ପର୍କ । ନେପାଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା । ନେପାଳରେ ଖୋଲିବ ଆଇଆଇଟିର ଏକ କ୍ୟାମ୍ପସ । ଭାରତରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ନେପାଳ ପାଇଁ ୧୫ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା ସହ ୮ଟି…

ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚାଷୀଙ୍କୁ ମିଳିବ କ୍ଷତିପୂରଣ

ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ରିଲିଫ୍, କ୍ଷତିପୂରଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଓ 'ଅକୱାନ'…

୩ ବର୍ଷ ମଧ୍ୟରେ ୧୩ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ରୁ ୨୦୨୫ ମଧ୍ୟରେ ଓଡ଼ିଶାର ୧୩ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି।…

Odisha Assembly: ୩ ଦିନ ଅଚଳାବସ୍ଥା ପରେ ଚାଲିଲା ଗୃହ, ଫେରିଥିଲା ଶାନ୍ତି… ହେଲେ ମନ୍ତ୍ରୀଙ୍କ ଗୋଟିଏ ଜବାବରୁ ପୁଣି…

ଭୁବନେଶ୍ୱର: ଲଗାତାର ୩ ଦିନର ହଟ୍ଟଗୋଳ ପରେ ଶେଷରେ ସୋମବାର ଚତୁର୍ଥ ଦିନରେ ସ୍ୱାଭାବିକ ହୋଇଥିଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ସୋମବାର ସକାଳୁ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହକାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ ସହ ସ୍ଥଗିତ ପ୍ରସ୍ତାବ ଉପରେ ମଧ୍ୟ…