Latest Odisha News

BREAKING NEWS

ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ: ମୋଦୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ବରରେ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି।…

ନିର୍ବାଚନ ବେଳେ ବିଶ୍ବାସଘାତକ କଥା କହି ସମୀର ଦାଶଙ୍କୁ ଚେତାବନୀ ଦେଲେ ରାଜା ସ୍ବାଇଁ

ପୁରୀ: ବିଜେଡିର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ଭିତରେ ଆନୁଗତ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ଦଳର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅନେକ…

ଓଡ଼ିଶାରେ ବିଜେଡିର ଶାସନ ଶେଷ ହେବ, ବିଜେପିର ବିଜୟ ନେଇ ପୂର୍ବାନୁମାନ କଲେ ରାଜନାଥ ସିଂ

ଭୁବନେଶ୍ୱର:  ରଣପୁରରେ ଏକ ସାଧାରଣ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ ବିଜେପି ଚଳିତଥର ଅଧିକ ଆସନରେ ଜିତିବ ବୋଲି କହିବା ସହ ପରିବର୍ତନର ମାହୋଲ ଅନୁଭବ ହେଉଛି ବୋଲି କହିଛନ୍ତି। ବିଜେପି କ୍ଷମତାକୁ ଆସିବା ପରେ ବିଜେଡିର ଦୀର୍ଘ ଦିନର ଶାସନ ଶେଷ ହେବାକୁ ଯାଉଛି କହି…

ବିଜେଡି କଳିରୁ ଫାଇଦା ନେବ ବିଜେପି !

ଭୁବନେଶ୍ଵର: ଖଣ୍ଡପଡା ବିଜେଡି ଖଣ୍ଡ ଖଣ୍ଡ ! ପ୍ରଥମେ ଗଲେ ଅନୁଭବ ପରେ ଗୟାଧର ବିଦା। ଫେରିଲେନି ସୌମ୍ୟ ପଟ୍ଟନାୟକ ! ଟିକେଟ୍ ଘୋଷଣା ପରଠୁ ଜଣକ ପରେ ଜଣେ ଆଶାୟୀ ବିଜେଡି ଛାଡିଛନ୍ତି । ମହିଳା କାର୍ଡ ଖେଳି ଖଣ୍ଡପଡା ଗଡ ରକ୍ଷା କରିବାକୁ ଯୋଜନା କରୁଥିବା ବିଜେଡି ପାଇଁ ଏବେ ବଢିଲାଣି…

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ…

ସଫଳତାର ସହ ଉଦଯାପିତ ହେଲା ଜେ୩୦ ଆଇଟିଏଫ ଟେନିସ ଟୁର

ଭୁବନେଶ୍ୱର: ଜେ ୩୦ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର ୨୦୨୪ ଏଠାରେ ସଫଳତାର ସହ ଉଦଯାପିତ ହୋଇଛି । ଆଇଟା, ଓଡିଶା ସରକାର ଓ ଓଟିଏ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା । କାନାଡା, ନେପାଳ, ବାଂଲାଦେଶ, ଆମେରିକା ଓ ଭାରତର ୧୧୫ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ…

ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ…

ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ, ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ଵର: ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ଲକ୍ଷ ଲକ୍ଷ ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ବିଜେପି ପାର୍ଟୀ ଅଫିସକୁ ଯାଇଛନ୍ତି ମୋଦୀ…

୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୂରସଂଚାର ଅପରେଟରଙ୍କୁ ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ହ୍ୟାଣ୍ଡସେଟ ସହିତ ଜଡିତ ୨୦ ଲକ୍ଷ ମୋବାଇଲ ନମ୍ବରକୁ ପୂନର୍ବାର ଭେରିଫାଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର ଅପରାଧ ଓ ଅନଲାଇନ…

ଦୁଇ ବସ୍ ମୁହାଁମହିଁ ଧକ୍କା, ଏକାଧିକ ଆହତ

ସୋନପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମହିଁ ଧକ୍କା । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି…