Latest Odisha News

BREAKING NEWS

କଟକ-ଭୁବନେଶ୍ୱରରେ ଜାନୁଆରୀରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ କଟକ ଓ ଭୁବନେଶ୍ୱରରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାବ୍ୟତୀତ ମଦ ଚୋରା ଚାଲାଣରେ…

ଟିକେଟ୍ ପାଇଁ ସମୀର ଦାଶଙ୍କ ଶକ୍ତି ପ୍ରଦର୍ଶନ: ନିମାପଡ଼ାରୁ ଶଙ୍ଖ ଭବନକୁ ଦେଲେ ବଡ଼ ବାର୍ତ୍ତା

ପୁରୀ: ନିର୍ବାଚନରେ ବିଧାୟକ ଟିକେଟ ପାଇବାରୁ ବାଦ୍ ପଡ଼ିଥିବା ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରି ବିଜେଡି ପ୍ରାର୍ଥୀ ସମୀର ଦାଶ ପୁରୀ ଜିଲ୍ଲା ନିମାପଡ଼ା ବାରବାଟୀ ପଡ଼ିଆରେ ଏକ ବିଶାଳ ସମାବେଶ କରି ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି।…

ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଶନିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ତଳସରା ବିଧାନସଭା ଆସନରୁ ଦେବେନ୍ଦ୍ର ଭିଟାରିଆଙ୍କ ସପକ୍ଷରେ କଂଗ୍ରେସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରଥମେ ତଳସରା…

ବିଜେଡି ଘୋଷଣା କଲା ୪୦ ଜଣିଆ ପ୍ରମୁଖ ପ୍ରଚାରକ ତାଲିକା

ଭୁୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ ପାଇଛି । ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ତାଲିକାରେ ସର୍ବାଗ୍ରେ ଅଛନ୍ତି। ତାଙ୍କ ପଛକୁ ଅଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ ଏବଂ…

ତୃତୀୟ ଥର ପାଇଁ ୨୫୦ରୁ ଅଧିକ ସ୍କୋର କଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଟ୍ରେଭିସ ହେଡ, ଅଭିଷେକ ଶର୍ମା ଓ ଶାହାବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୫୦ରୁ ଅଧିକ ସ୍କୋର କରିଛି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ…

ଆପଣ ଭୋଟ୍ ଦିଅନ୍ତୁ ମୁଁ ପାଣିଦେବି କହି ଅଡୁଆରେ ଫସିଲେ ଡିକେ ଶିବକୁମାର

ବେଙ୍ଗାଲୁରୁ: ଅଡୁଆରେ ଫସିଲେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ନିର୍ବାଚନୀ ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁରେ ପ୍ରଚାର ବେଳେ ସେ କହିଛନ୍ତି ଯେ, ତାଙ୍କୁ ଭୋଟ୍ ଦେଲେ ତା ପ୍ରତିବଦଳରେ ସେ…

ଦଶମନ୍ତପୁର ବ୍ଲକରେ ବିଜେପି ପ୍ରାର୍ଥୀ କୈଳାସ କୁଲେସିକାଙ୍କ ରୋଡ୍ ସୋ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଛି । ଶ୍ରୀ କୁଲେସିକା ଏହି ନିର୍ବାଚନମଣ୍ଡଳୀରୁ ୨୦୧୯୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ…

ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ୨୮ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ

କେନ୍ଦୁଝର: ଜିଲ୍ଲାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜର ଏକ ହଷ୍ଟେଲରେ ଜଣ୍ଡିସ୍ ବ୍ୟାପିବା ରୁ ୨୮ ଜଣ ଛାତ୍ର ପ୍ରଭାବିତ ହୋଇଛନ୍ତି। ଏହି ଘଟଣା ଉଭୟ କଲେଜ କର୍ତ୍ତୃପକ୍ଷ ଓ ଛାତ୍ର ସଂଗଠନ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ତତ୍କାଳ କାରଣ ଅସ୍ପଷ୍ଟ ରହିଛି, କିନ୍ତୁ ସନ୍ଦେହ…

ଟି୨୦ ବିଶ୍ୱକପ ଖେଳିବା ନେଇ ମୁହଁ ଖୋଲିଲେ ଦୀନେଶ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ ଦୀନେଶ କାର୍ତିକ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରଶଂସକ ଓ ଚୟନ କମିଟିଙ୍କ ପ୍ରଭାବିତ କରିଛନ୍ତି । ଦୀନେଶଙ୍କୁ ଟି୨୦ ବିଶ୍ୱକପ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ,…

ସୁରଙ୍କୁ ବହିଷ୍କାର କରି ବଡ଼ ପୁଅକୁ ଟିକେଟ ଦେଲା କଂଗ୍ରେସ, ୩ ଲୋକସଭା ଓ ୧୬ ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ଓଡ଼ିଶାର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସରୁ ବହିଷ୍କୃତ ସୁରେଶ ଚନ୍ଦ୍ର ରାଉତରାୟଙ୍କ ବଡ଼ ପୁଅ…