Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୯୮୭୦ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୮୭୦ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1395354678527881216?s=19 ଆଜିର ସଂଖ୍ୟାକୁ…

ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କୁ କରୋନା

ନୂଆଦିଲ୍ଲୀ: ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ମହାନ ଆଥଲେଟ ମିଲଖା ସିଂଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ୯୧ ବର୍ଷୀୟ ମିଲଖା ବୁଧବାର ଜଗିଙ୍ଗରୁ ଫେରିରା ପରେ ତାଙ୍କୁ ହଠାତ ଜ୍ୱର ଆସିଥିଲା ପରେ ପରୀକ୍ଷା କରାଯିବାରୁ ଏହା ଜଣା ପଡିଥିଲା ବୋଲି ତାଙ୍କ ପୁତ୍ର ତଥା ଗଲ୍ଫ ଖେଳାଳି ଜିଭ ମିଲଖା…

ଝଡ଼ ପରେ ସୁରକ୍ଷିତ ସିଂହ

ଗୁଜୁରାଟ:ନିଜ ବାସସ୍ଥଳୀକୁ ଫେରିଛନ୍ତି ସିଂହ ସଫାରୀ । ସାମୁଦ୍ରିକ ଝଡ଼ ତାଉତେ ଗୁଜୁରାଟରେ ଧ୍ୱଂସ ଲୀଳା ରଚାଇଛି । ଝଡର ତାଣ୍ଡବରେ ପ୍ରବଳ ବର୍ଷା ସହ ବହୁ କ୍ଷୟକ୍ଷତି ହୋଇଛି । ଏବେ ବି ବହୁ ସ୍ଥାନ ପାଣି ଘେରରେ ରହିଥିବା ବେଳେ ବେସାହାରା ହୋଇପଡିଛନ୍ତି ଲୋକେ । ସେହିଭଳି ଗୁଜୁରାଟର ଗିର…

ରାଜଧାନୀରୁ ଆଉ ୧୧୨୦ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍ କେସ୍ ୧୨ ହଜାର ପାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଟି କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା…

ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ତପୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଘରେ ରହି…

ରେସଲର ସାଗର ହତ୍ୟା ମାମଲା: ମୀରଟରେ ସୁଶୀଲ କୁମାର !

ମୀରଟ: ଯୁବ ରେସଲର ସାଗର ହତ୍ୟା ମାମଲାରେ ଗୁରୁବାର ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୀରଟ ଟୋଲ ପ୍ଲାଜା ନିକଟରେ ଦେଖିବାକୁ ପାଇଛି ବୋଲି କହିଛି । ଗୋଟିଏ ଗାଡି ଭିତରେ ସୁଶୀଲ ବସିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ଏହାକୁ ଡ୍ରାଇଭ କରୁଛନ୍ତି । ଗାଡି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି…

ସମ୍ଭାବ୍ୟ ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ସାଗରରେ ଆସନ୍ତା ୨୨ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟ ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ…

ଆସୁଛି ବାତ୍ୟା “ୟଶ”, ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ

ଜଗତସିଂହପୁର: ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସୁଛି ବାତ୍ୟା “ୟଶ୍‌” । ଏହି ବାତ୍ୟା ଆମ୍ଫାନ୍ ସହ ସମକକ୍ଷ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଆଜିଠୁ ସାଧାରଣ ଜନତାଙ୍କ ସମେତ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଜଗତସିଂହପୁରରେ…