Latest Odisha News

BREAKING NEWS

ରାଜସ୍ଥାନରେ ଉପରେ ଉପରେ ବିଜେପି-କଂଗ୍ରେସ ଖୁସ୍: ହେଲେ ଭିତିରିଆ ଚାଲିଛି ଅଙ୍କକଷା

ନୁଆଦିଲ୍ଲୀ:ଶେଷ ହୋଇଛି ନିର୍ବାଚନ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କିଏ ଗଢିବ ସରକାର ? ଦିନକ ପରେ ଅର୍ଥାତ ତିନି ତାରିଖରେ ମିଳିବ ଏହାର ଉତ୍ତର । ହେଲେ ତା ପୂର୍ବରୁ ଏକ୍ଜିଟ ପୋଲ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ପାଇଁ ଆଣି ଦେଇଛି ଖୁସି ।…

ଫିରୋଜାବାଦ ହେବ ଚନ୍ଦ୍ରନଗର, ସିଏମଙ୍କ ମଞ୍ଜୁରୀକୁ ଅପେକ୍ଷା

ଲକ୍ଷ୍ନୌ: ନାମ ବଦଳିବା ତାଲିକାରେ ପୁଣି ସାମିଲ ହେଲା ଉତ୍ତରପ୍ରଦେଶର ଫିରୋଜାବାଦ । ପୂର୍ବରୁ ଏହି ରାଜ୍ୟର ପ୍ରୟାଗରାଜ, ଅଯୋଧ୍ୟା, ଅଲୀଗଡ ସହର ନାମ ବଦଳି ସାରିଥିବାବେଳେ ଏଣିକି ଏବେ ଫିରୋଜାବାଦର ନାମ ପରିବର୍ତ୍ତନ କରାଯିବ । ଏନେଇ ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ ଫିରୋଜାବାଦ ସହରର…

ପାରାଦୀପ ଜାହାଜରୁ ୨୨ ପ୍ୟାକେଟ କୋକେନ ଜବତ: ଷ୍ଟିଲ ପ୍ଲେଟ ଆଣି ଆସୁଥିଲା MV DEBI ଜାହାଜ

ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣାର ଯାଞ୍ଚ ବେଳେ ସେହି…

ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ଜଣେ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର ଆରିହାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା…

୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ, କିପରି ଏତେ ଉପରକୁ ଗଲା ସେନେଇ ସନ୍ଦେହ…

ଭୁବନେଶ୍ଵର: ୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ । ଭୁବନେଶ୍ୱର ସିଯୁଆ ସ୍ଥିତ ୧୮ ମହଲା ଉଚ୍ଚ ଭିପୁଲ୍ ଗ୍ରୀନ ଆପାର୍ଟମେଣ୍ଟର ୧୭ ମହଲାରେ ଥିବା ଏ-୧୭୦୧ ନମ୍ବର ଘର ଭିତରୁ ଏକ ଅଢେ଼ଇ ଫୁଟର ଢମଣା ସାପ ଉଦ୍ଧାର ହୋଇଛି । ଆଜି ସକାଳେ ଘର ଭିତରେ ଏକ ହଳଦିଆ ରଙ୍ଗର ସାପକୁ ଦେଖି…

୧୩ଟି ସ୍କୁଲରେ ବୋମା ରଖାଯାଇଥିବା ନେଇ ଇମେଲରେ ମିଳିଲା ଧମକ: ପୋଲିସ ତନାଘନା ଜାରି

ବେଙ୍ଗାଲୁର:ବେଙ୍ଗାଲରୁର ୧୩ଟି ସ୍କୁଲରେ ଖେଳି ଯାଇଛି ଆତଙ୍କ । ସ୍କୁଲରେ ବୋମା ଥିବା ନେଇ  ଇମେଲରେ ମିଳିଛି ଧମକ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ୟେଲହାଙ୍କା, ବାସଭେଶ୍ୱରନଗର ସମେତ ଅନ୍ୟ କେତେକ ଇଲାକାରେ ଥିବା ୧୩ଟି…

ଆଜି ହେଉଛି ବିଶ୍ଵ ଏଡସ ଦିବସ: ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ଵର: ଆଜି ହେଉଛି ବିଶ୍ଵ ଏଡସ ଦିବସ | ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ | ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ…

ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରେ ଫସିଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଉତ୍ତରକାଶୀର ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଥିଲେ । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ…

ବାଲି ବୋଆ ସାପ କୁ ଜୀବନ୍ତ ଗିଳିଲା ନାଗ, ନାଗ ପେଟରୁ ବାହାରି ପୁଣି ବୁଲିଲା ବୋଆ ସାପ

ବରଗଡ: ଦେଢ଼ ଫୁଟର ବାଲି ବୋଆ ସାପ କୁ ଜୀବନ୍ତ ଗିଳିଦେଲା ସାଢେ ୩ ଫୁଟର ନାଗ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରେ । ସମ୍ବଲପୁରୀ ଭାଷାରେ ସେଇ ସାପ କୁ ଫୁତକା ସାପ କୁହାଯାଏ । ହଠାତ୍ ଘରେ ଜରି ଖଡ ଖଡ ଶବ୍ଦ ଶୁଣି ନିର୍ମଳ କବାଟ ଖୋଲି…

ବିଦେଶରେ ମୋଦି ନାରା..‘ଅବ କି ବାର.. ୪୦୦ ପାର’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ସରଗରମ । ଆଉ ବିଦେଶରେ ଦେଖାଦେଇଛି ଏହାର ଉଷ୍ମତା । ଗ୍ଲୋବାଲ ଲିଡରଙ୍କ ପାଇଁ ଗ୍ଲୋବାଲ ନାରା ଶୁଣିବାକୁ ମିଳିଛି ଦୁବାଇରେ ।  ପ୍ରଧାନମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦେଖିବାକୁ ମିଳିଛି ଏମିତି କିଛି  ଦୃଶ୍ୟ । ସେଠାରେ ପହଞ୍ଚିବା କ୍ଷଣି ପ୍ରବାସୀ…