Latest Odisha News

BREAKING NEWS

୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ତାମିଲନାଡୁର ପୁଦୁକୋଟାଇର ୯ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବୁଧବାର ରାତିରେ ପୁଡୁକୋଟାଇ ଜିଲ୍ଲାର କୋଟ୍ଟଇପାଟ୍ଟିନମ୍ ଏବଂ ଜଗଦୀପତନମ୍ ଠାରୁ…

ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍’

ନୂଆଦିଲ୍ଲୀ: ଆଖି ବୁଜିଲା ବିଶ୍ଵର ଉଚ୍ଚତମ କୁକୁର ‘ଜିଉସ୍‌’ । ବିଶ୍ଵର ସବୁଠାରୁ ଉଚ୍ଚତମ କୁକୁର ଭାବରେ ଜିଉସ୍ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା । ଜିଉସ୍ ର ମୃତ୍ୟୁ ଖବର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଦୀର୍ଘ…

ସନାତନ ଧର୍ମକୁ ଶେଷ କରିବାକୁ ତିଆରି ହୋଇଛି ଇଣ୍ଡିଆ ମେଣ୍ଟ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟପ୍ରଦେଶରେ ପହଞ୍ଚି ରାଜ୍ୟରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ସେ ବିନା ରିଫାଇନାରୀରେ ପେଟ୍ରୋକେମିକାଲ…

ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ ମାମଲା: ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ…

ଭୁବନେଶ୍ଵର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍‌ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ ୬ ଜଣଙ୍କର ପ୍ରାଣହାନି ହେଲାଣି । ଏହାର…

ଓଡିଶାରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସଦୃଶ୍ୟ ଲଘୁଚାପ ରୂପ  ନେଇଛି । ଏହାର ପ୍ରଭାବରେ ଗୁରୁବାର  ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ଅତିରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଲଘୁଚାପ…

ଆଜି ସପ୍ତପୁରୀ ଅମାବସ୍ୟା, ଶ୍ରୀଜିଉଙ୍କ ପାଖରେ ଲାଗି ହେବ ସପ୍ତପୁରୀ ଭୋଗ

ପୁରୀ; ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି…

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲା ଉତ୍କଳ ସର୍ବୋଦୟ…

ଭୁବନେଶ୍ଵର: ଗତ ଅଗଷ୍ଟ ୨୯ ତାରିଖରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ସର୍ବୋଦୟ ଓ ମାନବ ଅଧିକାର ଗଣ ସଙ୍ଗଠନ ସମୂହ । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡା ସ୍ଥିତ ସ୍ଵାଗତ ହୋଟେଲରୁ ଅପହରଣ…

ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ପଡ଼ୋଶୀ

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ। ଏଥିଲାଗି ସରକାର ଅନେକ ଦିଗରେ ପ୍ରସ୍ତୁତ ହେଉଛନ୍ତି। ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ…

ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW

ଭୁବନେଶ୍ଵର: ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW । ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିସ ଜାରି କରାଯାଇଛି । ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (STA) ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ବଲିଉଡ ଅଭିନେତା…

ସ୍କୁଲ ଗଲାବେଳେ ବଡ଼ ଅଘଟଣ: ଡଙ୍ଗା ଓଲଟି ୧୬ ପିଲା ନିଖୋଜ, ଖୋଜାଖୋଜି ଜାରି

ମୁଜାଫରପୁର: ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି । ପିଲାମାନେ ଡଙ୍ଗାରେ…