Latest Odisha News

BREAKING NEWS

ମୋଦିଙ୍କୁ ବାଇଡେନଙ୍କ ଉଚ୍ଛ୍ୱସିତ ପ୍ରଶଂସା: କହିଲେ, ଆପଣ ଆମେରିକାରେ ଖୁବ ଲୋକପ୍ରିୟ..ମୁଁ ଆପଣଙ୍କ ଅଟୋଗ୍ରାଫ…

ହିରୋସୀମା: ଆମେରିକା ରାଷ୍ଟ୍ରପତିଙ୍କ ମୁହଁରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂରି ଭୂରି ପ୍ରଶଂସା । କ୍ୱାଡ ମିଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବାଇଡେନଙ୍କ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ସମସ୍ତଙ୍କୁ ଆମୋଦିତ କରିଛି । ବଡ ବଡ ରାଲିକୁ ମ୍ୟାନେଜ କରିବାରେ ମୋଦି…

ଶିଶୁ କବିତା : ପୁଷି ମାଉସୀ

ପ୍ରଣତି ଆଚାର୍ଯ୍ୟ ମିଶ୍ର ପୁଷି ମାଉସୀ ପୁଷି ମାଉସୀ ଆ ପାଖକୁ ଯାଅନି ଋଷି କଂଅଳ ଦେହ ତୋର ବାଘମାମୁଁ ତୋ ଅଟେ କି ଭାଇ ଦିଶୁ କେଡେ ସୁନ୍ଦର।। ବାପା ତୋ ପାଇଁ ଆଣି ଅଛନ୍ତି ଆମ ଗାଡିଆ ମାଛ ଖାଇ ଖୁସିରେ ଶୋଇବୁ ଯାଇ ହଲାଇ ତୋର ପୁଛ।। ମିଆଁଉ ମିଆଁଉ ଡାକିବୁ ଯେବେ ଯିବି ତୋ…

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ…

ମିଗ ୨୧ର ସମସ୍ତ ଉଡାଣ ବନ୍ଦ କଲା ବାୟୁସେନା

ନୂଆଦିଲ୍ଲୀ: ମିଗ ବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବାୟୁସେନା ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ବର୍ତମାନ ଏହି ବିମାନର ସମସ୍ତ ପ୍ରକାର ଉଡାଣକୁ ବନ୍ଦ କରାଯାଇଛି । ମେ ୮ରେ ରାଜସ୍ଥାନର ହନୁମାନଗଡରେ ମିଗ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାହିଁକି ଏ…

ଥୁଆମୁଳ-ରାମପୁରରେ ଯୁକ୍ତ ୩ ଡିଗ୍ରୀ କଲେଜ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…

କିମ୍‍ସରେ ଟ୍ରମା କେୟାର ଉପରେ କର୍ମଶାଳା

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ)ରେ ଆଡ୍‍ଭାନ୍‍ସଡ୍‍ ଟ୍ରମା କେୟାର ଉପରେ ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବୃଦ୍ଧି ଓ ପରିଣାମରେ ସୁଧାର ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଏହି…

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ମମ୍‌ରେ କର୍ମଶାଳା

ଭୁବନେଶ୍ୱର: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ…