Latest Odisha News

BREAKING NEWS

ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ: ଚୀନ-ପାକିସ୍ତାନ ସହ ବିଗୁଡୁଛି ଭାରତର ସମ୍ପର୍କ: ଉସକାଇଲେ ଛାଡିବେନି ମୋଦି…

ୱାଶିଂଟନ:ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି । ଯଦି ଉତ୍ତେଜନା ଉଗ୍ର ରୂପ ନିଏ ତେବେ ଯୁଦ୍ଧ ଅବଶ୍ୟମ୍ଭାବୀ । ଏମିତି ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ଏଜେନ୍ସି । ବୁଧବାର ଉକ୍ତ ଏଜେନ୍ସି ସାଂସଦମାନଙ୍କୁ ଏ ନେଇ ସୂଚନା…

ଟିକେଟ କରିବେନି ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି

ଜେରୁଜେଲମ: ଟିକେଟ କରିବାକୁ ପଡିବ ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଜରାଏଲର ଏକ ବିମାନ ବନ୍ଦରରେ । ବିମାନ ବନ୍ଦରର ଚେକ-ଇନ-ଡିଭାଇସରେ ନବଜାତ ସନ୍ତାନର ଟିକେଟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଶେଷରେ ଦମ୍ପତି ନିଜ…

ମାର୍ଚ୍ଚ ୩୧ ସୁଦ୍ଧା ଯୋଡି ନିଅନ୍ତୁ ଆଧାର-ପାନ ଲିଙ୍କ; ନ କଲେ ଅକାମୀ ହୋଇଯିବ ପାନ ନମ୍ବର

ନୂଆଦିଲ୍ଲୀ: ପାନ-ଆଧାର ଲିଙ୍କକୁ ନେଇ ବଡ ଖବର । ପାନ କାର୍ଡକୁ ଆଧାର କାର୍ଡ ସହ ଯଦି ନ ଯୋଡି ଥାନ୍ତି ତେବେ ସାବଧାନ । ତୁରନ୍ତ ଏ କାମ ସାରି ଦିଅନ୍ତୁ । ମାର୍ଚ୍ଚ ୩୧ ରହିଛି ଡେଡ ଲାଇନ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ-ଆଧାର ଲିଙ୍କ ନ କଲେ  ଅକାମୀ ହୋଇ ଯାଇପାରେ ପାନକାର୍ଡ ।…

ହୋଲିରେ ୭ ବର୍ଷର ନାବାଳିକାକୁ ସ୍କୁଲ ବାଥରୁମରେ ବଳାତ୍କାର; ଅଭିଯୁକ୍ତ ଗିରଫ

ପାଟଣା: ଗୋଟିଏ ପଟେ ସାରା ଦେଶ ହୋଲି ରଙ୍ଗରେ ଭିଜୁଥିଲା, ଏପଟେ ୭ ବର୍ଷର ଛୋଟ ଝିଅଟି ବଳାତ୍କାରର ଶିକାର ହୋଇଥିଲା । ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ । ସେତିକି ନୁହେଁ ଏହି ସୈତାନ ଯୁବକ ଜଣକ ଅନ୍ୟ ଜଣେ ନାବାଳିକାଙ୍କ ଗାଲକୁ ଏପରି କାମୁଡି ଦେଇଛି ଯେ ତାକୁ ଗୁରୁତର ଅବସ୍ଥାରେ…

ଗାଁରେ ବୁଲୁଛି ବାଘ: ଲୋକେ ଛାନିଆ

ବଲାଙ୍ଗୀର: ଗାଁରେ ବୁଲୁଛି ବାଘ । କେତେବେଳେ ରାସ୍ତା ଉପରେ ତ କେତେବେଳେ ପାଚେରୀ ଉପରେ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ପଡି ଯାଉଛି ତାଟିକବାଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଲାଗି ଥିବା କୁର୍ଲି ଗାଁରେ  । ଗାଁରେ…

ନାକେଦମ ହେଲେଣି ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, ତଥାପି ଥମୁନି ନିଆଁ

ପୁରୀ:ଆୟତ୍ତ ହୋଇ ପାରୁନି ନିଆଁ । ନାକେଦମ ହେଲେଣି ଅଗ୍ନିଶମ ବିଭାଗ । ଭିତର ବନ୍ଦ ରହିଥିବା କୋଠରୀ ର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ।ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏପରି ଭୟାବହ ସ୍ଥିତି ଦେଖିବାକୁ ମିଳିଛି…

ଆଜିର ସୃଜନୀ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ କଳା, ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି । ଗତକାଲି ତାଙ୍କର ହୃଦଘାତରେ  ପରଲୋକ ହୋଇଯାଇଛି । ୬୭ ବର୍ଷ ବୟସ୍କ ସତୀଶ ୧୦ରୁ ଊର୍ଦ୍ଧ୍ବ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ନିଜ ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ଦେହାନ୍ତ…

କବିତା : ପ୍ରେମ

ମାନସ ରଞ୍ଜନ ନାୟକ କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନଟିଏ କି ପ୍ରେମ ! ଅବୁଝା ସ୍ପନ୍ଦନର  ତାନରେ ପୁଲକିତ ମନଟେ ହିଁ ପ୍ରେମ ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ? ନିରାସକ୍ତ, ନିନିରୁଦ୍ଦିଷ୍ଟି  ନିର୍ମଳ ଚେତନାର…

ଯାସୁସୀ କରୁଛି ଚୀନ: ଜବାନ ଓ ତାଙ୍କ ପରିବାରକୁ ଚାଇନା ମୋବାଇଲ୍ ମନା

ନୂଆଦିଲ୍ଲୀ: ଚାଇନା ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଜବାନଙ୍କୁ ଚେତାଇଲା ସେନାର ଗୁଇନ୍ଦା ବିଭାଗ। ସେନା ଯବାନ କିମ୍ବା ତାଙ୍କ ପରିବାର ଚୀନରେ ନିର୍ମିତ ଫୋନ୍ ବ୍ୟବହାନ ନ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି। ଚୀନ୍‌ରେ ନିର୍ମିତ ସ୍ମାର୍ଟ ଫୋନ୍‌ରେ ଯାସୁଶୀ…