Latest Odisha News

BREAKING NEWS

ସଫ୍ଟବଲ ଚାମ୍ପିୟନଶିପ ଉଦଯାପିତ: ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ, ମହିଳାରେ ମହାରାଷ୍ଟ୍ର ଚାମ୍ପିୟନ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୪ତମ ସର୍ବ ଭାରତୀୟ ସଫ୍ଟ ବଲ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ବିଭାଗରେ ପଞ୍ଜାବ ଟିମ ରନର୍ସଅପ ହୋଇଛି । ବାଳକ ବିଭାଗ ଫାଇନାଲରେ…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଏବେ ଅଧିକ ଶୀଘ୍ର ହୋଇଯିବ: ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଦାୟର ହୋଇଥିବା ପିଆଇଏଲ ବା ଜନସ୍ବାର୍ଥ ମାମଲାରେ ହାଇକୋର୍ଟ କହିଛନ୍ତି, ଏବେ ତଦନ୍ତକୁ ମାତ୍ର ୧୧ ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଅତି ଶୀଘ୍ର ହୋଇଯିବ। ଭାରତୀୟ ବିକାଶ ପରିଷଦ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ…

ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଲେ ସାଂସଦ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସଂସଦରେ ବିତର୍କ ଚାଲିଥିଲା କିନ୍ତୁ ସାଂସଦ ମହାଶୟ ଅଶ୍ଲୀଳ ଭିଡିଓ ଦେଖିବାରେ ବ୍ୟସ୍ତ ଥିଲେ । ଆଉ ଯାହା କ୍ୟାମେରାରେ କଏଦ ପରେ ସାଂସଦଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଇସ୍ତଫା ଦେବା ସହ ସାଂସଦ ଜଣଙ୍କୁ ଅନ୍ୟ ସାଥୀ ସାଂସଦଙ୍କ ଠାରୁ କଡ଼ା ସମାଲୋଚନା ଶୁଣିଛନ୍ତି । ଏ ଘଟଣା…

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ଗାଁ ଦାଣ୍ଡରେ ଖେଳୁଥିଲା କୁନିପୁଅ, ଚଢିଗଲା ଟ୍ରାକ୍ଟର

ଢେଙ୍କାନାଳ:ମୃତ୍ୟୁ କେତେବେଳେ ଓ କେମିତି ଆସେ କେହି କହିପାରନ୍ତି ନାହିଁ ।  ଯେ କୌଣସି ମୂହୁର୍ତ୍ତରେ ଯେ କୌଣସି ସ୍ଥାନରେ  ଆସି ପହଞ୍ଚିଯାଏ  ମୃତ୍ୟୁ । ମୃତ୍ୟୁ କେବେ ଦେଖେନି ସ୍ଥାନ, କାଳ, ପାତ୍ର । ମୃତ୍ୟୁ ଆସେ ଅତର୍କିତ । ଏଠି ବି ଏମିତି ଅଚାନକ ଆସିଥିଲା, ଗାଁ ଦାଣ୍ଡରେ ବାଲି ଖେଳରେ…

ଆଉ ୨ ଦିନ ଘନ କୁହୁଡ଼ି, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ…

ଭିନ୍ନକ୍ଷମ ସତ୍ତ୍ୱେ ସାଜିଛନ୍ତି ସକ୍ଷମ, ଅଭାବ ଅନଟନ ଭିତରେ ବି ଜିତି ଚାଲିଛନ୍ତି ଦୁଇ ଭାଇ

ନବରଙ୍ଗପୁର: ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ଭାଙ୍ଗି ପଡିଥାନ୍ତି । ହେଲେ ଏ ଦୁଇ ଭାଇଙ୍କୁ ଦେଖନ୍ତୁ ।  ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ  । ଦୁଇ ଭାଇ ଭିନ୍ନକ୍ଷମ ହୋଇ ବି ହାରି ନାହାନ୍ତି, ମୁଣ୍ଡ ନୁୃଆଇଁ ନାହାନ୍ତି । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ…