Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶାର ଇନିଂସ ପରାଜୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳର ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହୁ ନାହିଁ । ଶୁକ୍ରବାର ଉତରାଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଅନ୍ତିମ ଦିବସରେ ଓଡିଶା ୧୬୫ ରନ କରି ଅଲଆଉଟ ହୋଇ…

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ନେଇ ପ୍ରସ୍ତୁତି ବୈଠକ

ପୁରୀ: ଚଳିତ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି । ଏ ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବିଭାଗକୁ ସେମାନଙ୍କ କାର୍ଯ୍ୟ ସୂଚାରୁରୂପେ କରିବା…

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ…

ଅବତାର ୨ର କଲେକ୍ସନ ୫୦୦୦ କୋଟି ଛୁଇଁଲା

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ସାରା ବିଶ୍ୱରେ ଧମାକାଦାର ବିଜିନେସ କରୁଛି । ରିପୋର୍ଟ ମୁତାବକ ଏବେ ଏହା ୬୦୦ ମିଲିୟନ ଡଲାର ତଥା ୫୦୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଅବତାର ୨ର ବକ୍ସ ଅଫିସ କଲେକ୍ସନ ୨୦୦ କୋଟି ଛୁଇଁଛି । ଏଥିସହ ପ୍ରଥମ ସପ୍ତାହରେ ଭାରତରେ ୨ୟ…

ବାଂଲାଦେଶ ବିପକ୍ଷରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮୭ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୭ ରନ ସଂଗ୍ରହ କରିଛି । ଭାରତର ଦୁଇ ଷ୍ଟାର ଖେଳାଳି ରିଷଭ ପନ୍ତ ଓ ଶ୍ରେୟାଶ ଆୟାର ପ୍ରଥମ…

ଚୟନ କମିଟି ଅଧ୍ୟକ୍ଷ ପାଇଁ ଆବେଦନ କଲେ ସଚିନ, ଧୋନୀ, ସେହ୍ୱାଗ ଓ ହକ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଚୟନକମିଟି ଚେତନ ଶର୍ମା ଏବଂ ଟିମକୁ ବରଖାସ୍ତ କରିଛି । ଏବେ ବିସିସିଆଇ ଚୟନ କମିଟି ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି । ଇତି ମଧ୍ୟରେ ୬୦୦ ଊର୍ଦ୍ଧ୍ୱ ଆବେଦନ ଏ ନେଇ କରି ସାରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସଚିନ…

ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଦିନିକିଆ ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମନୋନୀତ ହୋଇଥିବା ଖେଳାଳିମାନେ ମଧ୍ୟପ୍ରଦେଶରେ ଜାନୁୟାରୀ ୩୦ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ…

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଗୋରୁ ଭର୍ତ୍ତି କଣ୍ଟେନର, ୫୦ ଗାଈଙ୍କ ମୃତ୍ୟୁ

କୋରାପୁଟ: ରାଜ୍ୟରେ ଗୋ-ଚାଲାଣ ଥମୁ ନଥିବା ବେଳେ କୋରାପୁଟରୁ ଆସିଛି ଦୁଃଖଦ ଖବର । ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଗୋରୁ ଭର୍ତ୍ତି କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳର ଘଟଣାସ୍ଥଳରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…