Latest Odisha News

BREAKING NEWS

ପୁଣି ଅନଲାଇନ ଠକାମିର ଶିକାର ହେଲେ ଜଣେ ବଲିଉଡ଼ ଅଭିନେତା

ମୁମ୍ବାଇ: ଅନଲାଇନ ଦୁନିଆକୁ ଯେତିକି ସୁବିଧା ଯୋଗାଉଛି ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆଜିକାଲି ଅନଲାଇନ ଠକେଇ କଥା ସମସ୍ତେ ଜାଣିଥିବା ସତ୍ତ୍ୱେ ଭଲ ଭଲ ବ୍ୟକ୍ତି ଏହି ଠକାମି ଜାଲରେ ପଡିଯାଆନ୍ତି। ଏବେ କିନ୍ତୁ ଏହି ଠକେଇର ଶିକାର ହୋଇଛନ୍ତି ଅଭିନେତା ଅନ୍ନୁ କପୁର। ବଲିଉଡ଼ ଅଭିନେତାଙ୍କୁ…

ଏକ ସର୍ବକାଳୀନ ଆଦର୍ଶର ନାଁ ମହାତ୍ମା

ସେ ନାଁ ଏକ ଆଦର୍ଶ । ସେ ନାଁ ଏକ ଅନୁଷ୍ଠାନ । ସେ ନାଁ ଏକ ସର୍ବକାଳୀନ ସନ୍ତକ । ସେ ନାଁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସେହି ନାଁରେ ଥିଲା ଏକ ପ୍ରବାହ, ମୁକ୍ତିର ମନ୍ତ୍ର । ମହାତ୍ମା, ଏକ ସର୍ବକାଳୀନ ଆଦର୍ଶ ଓ ସତ୍ୟାର୍ଥ ପ୍ରକାଶର ପ୍ରବାହ । ସମସ୍ତଙ୍କ ପ୍ରିୟର ବାପୁଜୀ, ଗାନ୍ଧିଜୀ ।…

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଶେଷ ହୁଏନି: ହାଇକୋର୍ଟ

କୋଲକାତା: କୋଲକାତା ହାଇକୋର୍ଟ ଗୋପନୀୟତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏନି । ଆରଟିଆଇ ଅଧିନିୟମ ଅନୁଯାୟୀ ମୃତ୍ୟୁ ପରେ ଏହା ସାର୍ବଜନୀନ କରାଯାଇ ପାରିବ ନାହିଁ । ଋଶିକା ଜୈନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ…

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ୱାରେଂଟ ଜାରୀ କରିଛନ୍ତି । ମାର୍ଗାଲା ପୋଲିସ ଷ୍ଟେସନର ରିପୋର୍ଟକୁ ଭିତି କରି ଏହି ୱାରେଂଟ ଜାରୀ କରାଯାଇଛି । ଅଗଷ୍ଟ ୨୦ରେ ଅନୁଷ୍ଠିତ ଏକ…

ମହିଳା ଏସିଆ କପ କ୍ରିକେଟ: ଶ୍ରୀଲଙ୍କାକୁ ୪୧ ରନରେ ହରାଇଲା ଭାରତ

ସିଲହଟ: ବାଂଲାଦେଶରେ ଚାଲିଥିବା ମହିଳା ଏସିଆ କପ କ୍ରିକେଟରେ ଶନିବାର ଭାରତ ୪୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୫୦ ରନ ସଂଗ୍ରହ କରିଥିଲା । ଜେମି ରୋଡ୍ରିଗ୍ୟୁସ ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଓ.ରଣସିଂଘେ ଶ୍ରୀଲଙ୍କା ପକ୍ଷରୁ…

ଦୁର୍ଗା ପୂଜା ପାଇଁ କଡ଼ା ସୁରକ୍ଷା, ସାରା ରାଜ୍ୟରେ ୨୩୦ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ ପୋଲିସର ପ୍ରସ୍ତୁତି । ରାଜ୍ୟବ୍ୟାପୀ ମୁତୟନ ୨୩୦ ପ୍ଲାଟୁନ୍ ପୋଲିସ । ଦୁର୍ଗା ପୂଜା ସମୟରେ ହେଉଥିବା ଜନଗହଳି ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାରା ରାଜ୍ୟରେ ଜିଲ୍ଲା ପୋଲିସ ସହ ଅତିରିକ୍ତ ୨୩୦ ପ୍ଲାଟୁନ୍…

ବୁମରାହ ଏବେ ବି ଟି୨୦ ବିଶ୍ୱକପ ଦଳରୁ ବାହାରି ନାହାନ୍ତି: ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଯଶ୍ରପ୍ରୀତ ବୁମରାହଙ୍କୁ ନେଇ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ବୁମରାହ ଏବେ ଏନସିଏରେ ଅଛନ୍ତି । ତାଙ୍କ ଫିଟନେସ ନେଇ ଅଫିସିଆଲ ରିପୋର୍ଟ ଆସିନି । ଏବେ ବି ସେ ଟି୨୦ ବିଶ୍ୱକପ ଦଳରୁ ବାଦ ପଡି ନାହାନ୍ତି ବୋଲି ଦ୍ରାବିଡ କହିଛନ୍ତି ।…

ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବାଜିଲା ବଲ

ନୂଆଦିଲ୍ଲୀ: ୧୯ ବର୍ଷରୁ ବିଶ୍ୱକପ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବଲ ବାଜିଛି । ତେବେ କିପରି ତାଙ୍କ ଆଖିରେ ବଲ ବାଜିଲା ତାହା ସ୍ପଷ୍ଟ ହୋଇନି । ୨୯ ବର୍ଷୀୟ ଏହି ଯୁବ ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ ଏବେ ଆମେରିକା…

‘ଉଡ୍ର’ ତରଫରୁ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବର୍ଷିଆନ୍ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତ ଅନିତା ଦାସଙ୍କ ଆଜି ଜନ୍ମଦିନ । ସେହି ଦିନକୁ ମନେ ରଖିବା ପାଇଁ ଆଜି ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ପରାମର୍ଶଦାତା ତଥା ‘ମୋ କଲେଜ’ ଅଧ୍ୟକ୍ଷ (ଓଡ଼ିଶା ସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ ‘ଉଡ୍ର’ ତରଫରୁ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ, ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ । କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଜ୍ଞାନ ବିପ୍ଲବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର…