Latest Odisha News

BREAKING NEWS

ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ ହୋଇଛି ୬ କୋଟି ସେଲ୍ଫି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି…

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା…

ଯାଜପୁର ବୈତରଣୀରେ କମିଛି ଜଳ ସ୍ତର: ବିପଦ ଟଳିନି, ଶୁଖିଲା ଖାଦ୍ୟ ବଣ୍ଟନ ଚାଲିଛି

ଯାଜପୁର: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ଜଳ ସ୍ତର କମିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିନି ଜଳ ସ୍ତର। ଏ ପର୍ଯ୍ୟନ୍ତ ବିପଦ ଟଳି ନଥିବା ଆକଳନ କରାଯାଉଛି । ମଙ୍ଗଳବାର ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ବୈତରଣୀର ଶାଖା କାଣୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବା ପରେ ୩୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପୂର୍ବରୁ ୨୬ଟି ଗେଟ୍ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲା ଯାଇଛ । ମୋଟ ୪୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରୁ ପାଣି ଛଡ଼ା ଯାଉଥିବା ବେଳେ ମହାନଦୀ…

ୱାଶିଂଟନଙ୍କ ସ୍ଥାନରେ ଟିମ ଇଣ୍ଡିଆରେ ସାମିଲ ହେଲେ ଶାହବାଜ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଯୋଗୁ ୱାଶିଂଟନ ଦଳରୁ ଓହରି ଯାଇଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଚମତ୍କାର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖା ପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ…

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରଧାନଶିକ୍ଷକଙ୍କୁ ଦେଲେ ଦୋଷ

ବାଲୁଗାଁ: ମଶା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ବାଲୁଗାଁ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଛନ୍ତି । ଶିକ୍ଷୟିତ୍ରୀ ସନ୍ତୋଷୀ…

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।…

ହାମ୍ବୋନଟୋଟାରେ ପଂହଚିଲା ଚୀନ ଜାହାଜ ୟୁଆନ ୱାଙ୍ଗ ୫

କଲମ୍ବୋ: ଭାରତର ତୀବ୍ର ବିରୋଧ ସତ୍ୱେ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ମଙ୍ଗଳବାର ଚୀନର ଜାସୁସୀ ଜାହାଜ ୟୁଆନ ୱାଙ୍ଗ ୫ ପଂହଚିଛି । ଏହି ସ୍ପାଏ ଶିପ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏଠାରେ ରହିବ । ଭାରତ ସରକାର ନେଭିଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପାଏ ଶିପ…

୮ଟି ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ…