Latest Odisha News

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା…

ଭୁବନେଶ୍ୱର: ଓଡ଼ିଆ ଟେଲି ସିରିଏଲ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ୧୮ ତାରିଖ ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ନୟାପଲ୍ଲୀ ସ୍ଥିତ ଗଡ଼ସାହି ଭଡ଼ା ଘରୁ ମିଳିଛି ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ । ତେବେ ରଶ୍ମିରେଖା କାହିଁକି ଓ କେଉଁ ପରିସ୍ଥିତିରେ…

ଭୁବନେଶ୍ୱରକୁ ବ୍ୟାପିପାରେ ‘ଅଗ୍ନିପଥ’ ନିଆଁ, ସହର ସାରା ଖାକିମୟ

ଭୁବନେଶ୍ୱର: ରାଜଧାନୀରେ ପୋଲିସର କଡ଼ା ପ୍ରସ୍ତୁତି । ‘ଅଗ୍ନିପଥ’କୁ ନେଇ ‌ବିରୋଧୀ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଜଧାନୀରେ ପୋଲିସ ସଜାଗ ରହିଛନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସହର ସାରା ମୁତୟନ ହୋଇଛନ୍ତି ପୋଲିସ । ବିଶେଷ କରି ବିଭିନ୍ନ ଟ୍ରାଫିକ ପୋଷ୍ଟ ସହ…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟ ଯୋଗାଣ ବିଭାଗର ମୁଖ୍ୟାଳୟର ଯୋଗାଣ ଅଧିକାରୀ ଆନନ୍ଦ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଅଫିସ୍ ସହ ଆଉ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା…

ବନ୍ଧାହେଲେ ଜଳେଶ୍ୱର ବିଡିଓ, ଚାକିରି ଜୀବନରେ କମାଇଛନ୍ତି ଆୟ ଠାରୁ ଅଧିକ ୪୫୦% ସମ୍ପତ୍ତି

ଭୁବନେଶ୍ୱର: ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ ଗିରଫ । ଗିରଫ ପରେ ଅଶ୍ୱିନୀଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ଅଶ୍ୱିନୀଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ତେବେ ଅଶ୍ୱିନୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ସେନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ…

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା, ଏତଲାରେ ନାଁ ଥିଲେ ହୋଇପାରିବନି ନିଯୁକ୍ତି

ନୂଆଦିଲ୍ଲୀ: ବିବାଦ, ବିରୋଧ ସତ୍ତ୍ୱେ ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ଯୋଜନା । ଏଫଆଇଆରରେ ନାଁ ଥିଲେ ଆପଣ ହୋଇ ପାରିବେନି ଅଗ୍ନିବୀର । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନ କରୁଥିବା ବେଳେ ‘ଅଗ୍ନିପଥ’ କଂଗ୍ରେସ ଆରମ୍ଭ କରିଛି ସତ୍ୟାଗ୍ରହ ।…

[ଦେଖନ୍ତୁ ଭିଡିଓ] ପରିଚୟପତ୍ରକୁ ନେଇ ଅଡ଼ୁଆରେ ବର୍ଷା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ !

ଭୁବନେଶ୍ୱର: ପାରିବାରିକ ବିବାଦ ପରେ ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । କୋର୍ଟ, ଥାନା ପରେ ଇଡିରେ ଅନୁଭବ ଫେରାଦ ହେବା ପରେ ବର୍ଷାଙ୍କ ଲାଗି ବଢ଼ିବାରେ ଲାଗିଛି ଅଡ଼ୁଆ । ବର୍ଷା ନିଜର ଏକାଧିକ ପରିଚୟପତ୍ରରେ ନାଁର ସ୍ପେଲିଂକୁ ନେଇ ବିବାଦ ଘେରକୁ ଆସିଥିବା…

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍ ଚାଲିଥିଲା ।…

[ଦେଖନ୍ତୁ ଭିଡିଓ] ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇଲେ ‘ଅଗ୍ନିପଥ’ ବିକ୍ଷୋଭକାରୀ

ଚଣ୍ଡିଗଡ଼: ‘ଅଗ୍ନିପଥ’କୁ ବିରୋଧ । ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଦେଶବ୍ୟାପୀ ଅଗ୍ନିପଥକୁ ନେଇ ନିଆଁ ଜଳୁଛି । ପ୍ରତିବାଦ ଜାରି ରହିଥିବା ବେଳେ ଆଶାୟୀ ଆନ୍ଦୋଳନକାରୀ ନିଜ ଜିଦରେ ଅଡ଼ି ବସିଛନ୍ତି । ଯଦିଓ ସେନାରେ ଭର୍ତ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାରେ ରାଜ୍ୟ…

ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ । ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣି ଗାଁର ଶୈଳବାଳା ଦେହୁରୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ଶୈଳବାଳା ଓ ବତୀ । ହାତୀକୁ ଦେଖି ବତୀ ପ୍ରଧାନ ଦୌଡ଼ି ପଳାଇ…

ବାହା ହେବାକୁ ଆସିଲେନି ବିଧାୟକ, ଅପେକ୍ଷା କରି ଫେରିଲେ ସୋମାଲିକା

ଜଗତସିଂହପୁର: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବିଧାୟକ ! ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିଜୟ ବିବାହ କରିବେ କି ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଜୟ ଓ ସୋମାଲିକା ବିବାହ କରିବା ନେଇ…