Latest Odisha News

BREAKING NEWS

କାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଡିଜିପି ସୁନୀଲ ବଂଶଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡିସେମ୍ୱର ୩୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆଜି ଡିଜିପିଙ୍କ ସହିତ ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ବିଧାନସଭା ପରିସର ଓ…

ବିଜେଡି କର୍ମୀଙ୍କ ନାଁରେ ମାଡ଼ ଅଭିଯୋଗ ଆଣିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର : ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।  ଏନେଇ ପଦ୍ମପୁରରେ ପ୍ରେସମିଟ କରିଛନ୍ତି ପ୍ରଦୀପ । ଏନେଇ ସୂଚନା ଦେବା ବେଳେ କାନ୍ଦି ପକାଇଥିଲେ ପ୍ରଦୀପ ପୁରୋହିତ । ବିଜେପି…

ମୁମ୍ୱାଇ ଚିଡ଼ିଆଖାନାରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ୩ ପେଙ୍ଗୁଇନ୍ ଶାବକ

ମୁମ୍ୱାଇ: ପେଙ୍ଗୁଇନ ଦେଖିବା ପାଇଁ ଆମକୁ କୌଣସି ଶୀତପ୍ରଦେଶକୁ ଯିବାକୁ ପଡିବନି । ମୁମ୍ୱାଇ ଚିଡ଼ିଆଖାନାରେ ଜନ୍ମ ନେଇଛନ୍ତି ୩ଟି କୁନି ପେଙ୍ଗୁଇନ ଶାବକ । ନାଁ ଆଲେକ୍ସା, ଫ୍ଲାସ୍ ଓ ବିଙ୍ଗୋ । ସେମାନଙ୍କୁ ଦେଖିବା ପାଇଁ ଚିଡିଆଖାନାକୁ ଛୁଟିଛନ୍ତି ଦର୍ଶକ । ବାଇକୁଲା ଜୁ’ ର ବାୟୋଲୋଜିଷ୍ଟ…

ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜେଲ୍ ଭିତରେ ସୁସ୍ୱାଦୁ ଖାଦ୍ୟ ଖାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ରଙ୍କ ଆଉ ଏକ ଭିଡିଓ ଭାଇରାଲ । ଜେଲ ଭିତରେ ସିସିଟିଭି ଫୁଟେଜ୍ ଭାଇରାଲ୍ ।  ମନ୍ତ୍ରୀ ବସିଛନ୍ତି ଚୌକିରେ  । ଖଟ ଉପରେ ରହିଛି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ପ୍ଲାଷ୍ଟିକ କଣ୍ଟେନରରେ ଫଳମୂଳ ଓ ସାଲାଡ୍ ସାଙ୍ଗକୁ…

ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ ଅକ୍ଷୟ ପରିଜା

ଭୁବନେଶ୍ୱର :  ଆଜି ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା  । ବଡିଗାର୍ଡମାନଙ୍କ ସହିତ ପରା ସୁରକ୍ଷା ବଳୟ ମଧ୍ୟରେ ସେ ଇଡି ଅଫିସରେ ପହଞ୍ଚିଥିଲେ । ତେବେ କେଉଁ କେଉଁ କାରଣରୁ ତାଙ୍କୁ ଇଡି ଡାକିଛି ପ୍ରଶ୍ନରେ ଉତ୍ତର ନଦେଇ ଓଲଟା ଗଣମାଧ୍ୟମ ଉପରେ ଉଠାଇଥିଲେ ପ୍ରଶ୍ନ ।…

ଆଜିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା

କଟକ: ଆଜିଠୁ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ  ହୋଇଛି । ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ବୌର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା…

ଘାଣ୍ଟୁଛି ଇଡି: ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରୁଛି ଇଡି  ।  ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଅର୍ଚ୍ଚନା ସେକ୍ସୋଟର୍ସନ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ସେହିପରି ନୟାପଲ୍ଲୀ ଥାନାରେ…

ମୋର୍ବି ଟ୍ରାଜେଡି ରିପୋର୍ଟ: ଘଟଣା ଦିନ ଦିଆଯାଇଥିଲା ୩୧୬୫ ଟିକେଟ୍

ନୂଆଦିଲ୍ଲୀ: ଗୁଜରାଟର ମୋର୍ବିଠାରେ ଝୁଲା ପୋଲ ଟ୍ରାଜେଡିରେ ନୂଆ ଖୁଲାସା । ଏଫଏସଏଲ୍ ରିପୋର୍ଟରେ ଓରେଭା ଓ ନଗର ନିଗମ ଦ୍ୱାରା ଭ୍ରଷ୍ଟାଚାର ଓ ଦାୟିତ୍ୱହୀନତା ହୋଇଥିଲା ଦର୍ଶାଯାଇଛି । ଓରେଭା ଗ୍ରୁପ୍ ପୋଲ ମରାମତି କଣ୍ଟ୍ରାକ୍ଟ ନେଇଥିଲା । ଅକ୍ଟୋବର ୩୦ ତାରିଖରେ ଝୁଲା ପୋଲ ଛିଣ୍ଡିଯିବାରୁ…

ଚୀନ ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତ ଓ ୨ ନିଖୋଜ

ବେଜିଂ: ଚୀନର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ହେନନ ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟରେ…

୨୦ ଦିନରୁ ଓଏସଏପି ଯବାନ ନିଖୋଜ, ଭଦ୍ରକ ଥାନାରେ ଏତଲା

ଝାରସୁଗୁଡା : ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ହାବିଲଦାର ନେପାଳର ରାମ ବାହାଦୂର ଗୁରୁଙ୍ଗ ୨୦ ଦିନରୁ ନିଖୋଜ ଅଛନ୍ତି । ଏନେଇ ଭଦ୍ରକ ଥାନାରେ ଏତଲା ଦିଆଯାଇଛି । ଅକ୍ଟୋବର ମାସରେ ଭଦ୍ରକ ଜିଲ୍ଲାକୁ ଡେପୁଟେସନରେ ଯାଇଥିଲେ ରାମ ବାହାଦୂର । ଘରକୁ ଫେରିବା ପାଇଁ ୨୬ ତାରିଖରେ ଭଦ୍ରକ…