Latest Odisha News

BREAKING NEWS

ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ

ପାଟଣା: ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା-କରଞ୍ଜିଆ ରାସ୍ତାର ଖୁଞ୍ଚିବେଡା ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । 

ଘଟଣାସ୍ଥଳରେ ପାଟଣା ଓ ଆହାରପଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାହାରପଡା ବ୍ଲକର ଶିଆଳିଯୋଡ଼ା, ମେଦିନିପୁର ଓ ଭାଲିଆଡିହା ଗାଁର ଏସଏଚଜି ଗ୍ରୁପର ମହିଳାମାନେ ଡାଲା ଅଟୋରେ ବସି କପୁଣ୍ଡି ଗାଁରେ ହେଉଥିବା ଏକ ସଭାରେ ଯୋଗଦେବାକୁ ଆସୁଥିବାବେଳେ ଖୁଞ୍ଚିବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଅଟୋ ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.