Latest Odisha News

BREAKING NEWS

ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି- ୨୦ କ୍ରିକେଟ୍ ସିରିଜ୍ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ସୂଚୀକୁ ନେଇ କିଛି ଅନିଶ୍ଚିତତା ଦେଖାଦେବା ପରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଆସନ୍ତା ବର୍ଷ ଆରମ୍ଭରେ ଏକ ନୂଆ ୱିଣ୍ଡୋ ଖୋଜୁଥିବା ଜଣାପଡ଼ିଛି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦ୍ୱିପାକ୍ଷିକ ସିରିଜ୍ ସମ୍ପର୍କରେ ଭାରତ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ସରକାରୀ ସ୍ୱୀକୃତି ମିଳିବା ପରେ ନୂଆ ତାରିଖ ନିର୍ଦ୍ଧାରଣ କରାଯିବ। ପ୍ରସ୍ତାବିତ ସିରିଜ୍‌ରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଢାକା ଓ ଚଟ୍ଟଗ୍ରାମଠାରେ ଖେଳାଯିବାର ଯୋଜନା ରହିଛି। ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ସମ୍ପର୍କ ଏବେ ସୁଧୁରୁଥିବାରୁ ଏହି ଗସ୍ତକୁ ନେଇ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ଜାନୁଆରୀରେ ଉଭୟ ଦଳର ବ୍ୟସ୍ତସୂଚୀ ମଧ୍ୟରେ ମାତ୍ର କିଛି ଦିନର ସମୟ ଫାଙ୍କା ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.