Latest Odisha News

BREAKING NEWS

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟିନୀ-ବିଜୟୀ ଭବଃ’

କଟକ : ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର “ବିଜୟିନୀ- ବିଜୟୀ ଭବଃ” କଟକ ବୃନ୍ଦାବନ ହଲରେ ମୁକ୍ତିଲାଭ କରିଛି । ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ । ବିଜୟ କାଣ୍ଡୋଇ ଓ ସଙ୍ଗୀତା କାଣ୍ଡୋଇ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ମୁଖ୍ୟ ଭୂମିକାରେ ନିଜେ ବର୍ଷା ପ୍ରିୟଦର୍ଶିନୀ ଅଛନ୍ତି । ବର୍ଷାଙ୍କ ସହ ଏହି ଚଳଚ୍ଚିତ୍ରରେ ବିକ୍ରମ ମହାନ୍ତି ଦେବାଶିଷ ପାତ୍ର, ପ୍ରଜ୍ଞା, ଶଙ୍କର ,ପପି ସନ୍ତୁକା, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲିକ, ଶ୍ରୀରାମ, ଶୋଭା, ମାମା ଓ ପୁଷ୍ପା ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ଦର୍ଶକ ଏକ ଛୋଟ ସହରର ଝିଅ ବିଜୟିନୀ , ଯିଏ ଲୋକଙ୍କ ସେବା କରିବାର ଅଭିଳାଷକୁ ପୁରଣ କରିବାକୁ ଯାଇ କିପରି ବିଭିନ୍ନ ପ୍ରକାର ବାଧା ବିଘ୍ନର ସାମ୍ନା କରୁଛି ତାର କାହାଣୀ ଏଥିରେ ରହିଛି । ଏହି ଚଳଚ୍ଚିତ୍ରରେ ବର୍ଷା ପ୍ରିୟଦର୍ଶନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ବିକ୍ରମ ମହାନ୍ତି ଦେବାଶିଷ ପାତ୍ର, ପ୍ରଜ୍ଞା, ଶଙ୍କର ,ପପି ସନ୍ତୁକା, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲିକ, ଶ୍ରୀରାମ, ଶୋଭା, ମାମା ଓ ପୁଷ୍ପା ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ଏହି ପ୍ରୋଜେକ୍ଟରେ କ୍ରିଏଟିଭ୍ ହେଡ୍ ଅଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଚଳଚ୍ଚିତ୍ରର ସମସ୍ତ ସଙ୍ଗୀତକୁ ଅତି ସୁନ୍ଦର ସ୍ୱରରେ ସଜେଇଛନ୍ତି । ଭଗତ ସିଂ ସିନେମାଟୋଗ୍ରାଫିରେ ଥିବାବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି ଓ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି। ଏହି ଚଳଚ୍ଚିତ୍ର ଭୁବନେଶ୍ବରର ସ୍ୱାତୀ ସିନେ କମ୍ପ୍ଲେକ୍ସରେ ମଧ୍ୟ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.