ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପରେ ଭାରତ ଏ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ଏଠାରେ ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟିମ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଦିନିକିଆ ସିିରିଜ ଖେଳାଯିବ । ବିସିସିଆଇ ତିଳକବର୍ମାଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରିଛି । ଏଥିରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ରିୟାନ ପରାଗଙ୍କୁ ଉପ ଅଧିନାୟକ କରାଯାଇଥିବା ବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ଦଳରେ ସ୍ଥାନ ମିଳିଛି । ଜୁନ ୯ରୁ ଏହି ସିରିଜ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୧ ଜୁନରେ ଖେଳାଯିବ ।
ପ୍ରତ୍ୟେକ ଟିମ ପରସ୍ପର ବିରୋଧରେ ୨ଟି ଲେଖାଏଁ ମ୍ୟାଚ ଖେଳିବ । ଜୁନ ୯ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହା ପରେ ଭାରତ ୧୧ରେ ଆଫଗାନିସ୍ତାନକୁ, ୧୫ ରେ ଶ୍ରୀଲଙ୍କାକୁ ଓ ୧୭ରେ ପୂନର୍ବାର ଆଫଗାନିସ୍ତାନ ଏ ଟିମକୁ ଭେଟିବ ।
ଭାରତ ଏ ଟିମ: ତିଳକ ବର୍ମା(ଅଧିନାୟକ), ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ରିୟାନ ପରାଗ, ଆୟୂଷ ବଡାନୀ, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୂର୍ଯ୍ୟାଶ ଶେଡଗେ, ପ୍ରଭସିମ୍ରନ ସିଂ, କମାର କୂଶାଗ୍ର, ବିପ୍ରଜ ନିଗମ, ୟଶ ଠାକୁର, ଯୁଦ୍ଧବୀର ସିଂ, ଅଂଶୁଲ କମ୍ବୋଜ, ଅର୍ଶାଦ ଖାଁ ।