Latest Odisha News

BREAKING NEWS

ବିସିସିଆଇ ବୈଠକରେ ନିର୍ଦ୍ଧାରଣ ହେବ ରୋହିତଙ୍କ ଭାଗ୍ୟ

ମୁମ୍ବାଇ: ବିସିସିଆଇ ବୈଠକରେ ରୋହିତ ଶର୍ମା ଆଗାମୀ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ ତାହା ଏକପ୍ରକାର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଚୟନ କମିଟି ତାଙ୍କୁ ଏ ନେଇ ସ୍ପଷ୍ଟ ମେସେଜ ଦେଇପାରନ୍ତି । ରୋହିତଙ୍କ ପରି ସିନିୟର ଖେଳାଳିଙ୍କୁ ଅନ୍ଧକାରରେ ରଖିବାକୁ ବିସିସିଆଇ ଚାହୁଁନି । ଏହା କ୍ରିକେଟପ୍ରେମୀ ଓ ହିଟମ୍ୟାନ ସହଜରେ ଗ୍ରହଣ କରୁ ନାହାନ୍ତିିି । ମୁମ୍ବାଇରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ହାଇ-ପାୱାର ରିଭ୍ୟୁ ମିଟିଂ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଭାରତୀୟ କ୍ରିକେଟର ଅନେକ ବଡ଼ ନିଷ୍ପତ୍ତି ଏବଂ ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପ୍ରଦର୍ଶନର ସମୀକ୍ଷା କରାଯିବ ।

ଏହି ବୈଠକର ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ରୋହିତଙ୍କ ସ୍ଥାନକୁ ନେଇ କିଛି ଦିନ ହେବ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଏହି ମିଟିଂରେ ତାଙ୍କ ଦିନିକିଆ କ୍ୟାରିୟରର ଭବିଷ୍ୟତ ଓ ବିଶ୍ୱକପ୍ ଯୋଜନାକୁ ନେଇ ସ୍ପଷ୍ଟତା ଆସିପାରେ । ସମ୍ପାଦକ ଦେବଜୀତ ସାଇକିଆଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଚିଫ୍ ସିଲେକ୍ଟର ଅଜିତ ଅଗରକର ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣ ପ୍ରତ୍ୟକ୍ଷ ଭାବେ ଯୋଗଦେବେ ।  ଟିମ୍ ଇଣ୍ଡିଆର ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଦଳର ନିରାଶାଜନକ ପ୍ରଦର୍ଶନକୁ ନେଇ ଗମ୍ଭୀର ଚର୍ଚ୍ଚା କରାଯିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଗାମୀ ମ୍ୟାଚ୍ ଏବଂ ଭବିଷ୍ୟତର ଟିମ୍ ରଣନୀତି ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.