Latest Odisha News

BREAKING NEWS

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପୁରୀ : ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ ।   ଆଜିଠାରୁ ସଂଯୋଗ ସ୍ବର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ, ନିର୍ମଳ ଓ ଆବର୍ଜନାମୁକ୍ତ କରିବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢେ ୫ ଘଟିକାରୁ ଏହି କାର୍ଯ୍ୟକ୍ରମ ଯାରି ରହିବ । ଆଜି ସକାଳ ସାଢେ ୫ରୁ ସାଢେ ୬ ଘଟିକା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଦିଗବାରେଣିରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ବେଳାଭୂମି ସଫେଇ କରାଯାଇଥିଲା । ଏଥିସହ ଯୋଗ, ବିଚ ଭଲିବଲ, ମଲଖମ୍ଭ, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ୱାଟର ସ୍ପୋର୍ଟସ, ପିଲାମାନଙ୍କ ପାଇଁ ଫନ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସେଲଫି ପଏଣ୍ଟ ସହ ଦସ୍ତଖତ ଅଭିଯାନର ମଧ୍ୟ ଆୟୋଜନ କରାଯାଇଥିଲା। ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପୁରୀ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜିବୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

ଏହି ଅବସରରେ ଆହ୍ବାନ କରାଯାଇଥିବା ଫଟୋ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରବର୍ତ୍ତୀ ସପ୍ତାହରେ ପେଣ୍ଠକଟା ସମେତ ଅପରିଷ୍କାର ହୋଇଥିବା ଅନ୍ୟ ବେଳାଭୂମିକୁ ନିୟମିତ ସଫା କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.