Latest Odisha News

BREAKING NEWS

ହକି ବିଶ୍ୱକପ: ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ତେବେ ପେନାଲ୍ଟି ଶୁଟଆଉଟରେ ବେଲଜିୟମ ୩-୨ରେ ବିଜୟୀ ହୋଇଥିଲା । ରବିବାର କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଟାଇଟଲ ମୁକାବିଲା ହେବ । ସେହି ଦିନ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ । ପୂର୍ବରୁ ପ୍ରଥମ ସେମି ଫାଇନାଲରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ।

ଶେଷ ୧୦ ସେକେଣ୍ଡରେ ଗୋଲ ସ୍କୋର କରି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ ଛଡେଇ ଆଣିଥିଲା ଜର୍ମାନୀ । ସୂଚନାଯୋଗ୍ୟ, ଭାରତ କ୍ରସ ଓଭରରେ ନ୍ୟୁଜିଲାଣ୍ଡଠାରୁ ହାରି ପଦକ ଦୌଡରୁ ବାଦ ପଡିଛି । କଳିଙ୍ଗ ଷ୍ଟାଡିୟମରେ ଘରୋଇ ଟିମର ଅନୁପସ୍ଥିତ ଯୋଗୁ ଦର୍ଶକଙ୍କ ସଂଖ୍ୟା ବହୁତ କମ ଥିଲା ।

Leave A Reply

Your email address will not be published.