Latest Odisha News

BREAKING NEWS

ପିଅନ୍ତୁ ମାଠିଆ ପାଣି: ବଜାଇ ରହିବ ପରମ୍ପରା, ସୁସ୍ଥ ରହିବେ ଆପଣ

ଭୁବନେଶ୍ୱର: ପୁରୁଣା ଦିନରେ ଲୋକଙ୍କ ଘରେ ଘରେ ମାଠିଆ କଳସୀ ଆଦିରେ ପାଣି ରଖି ପିଆଯାଏ । ଏହାଦ୍ୱାରା ଆମ ଭାରତୀୟ ସଭ୍ୟତା ବଜାଇ ରହିବା ସହ ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ ।

ଗରମ ଦିନରେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମାଟି ପାତ୍ରରେ ଥିବା ପାଣି ମନକୁ ଶାନ୍ତି ଦେବା ସହ ଶରୀର ପାଇଁ ମଧ୍ୟ ଅନେକ ଉପକାର ସାବ୍ୟସ୍ତ ହୋଇଥାଏ ।

ମାଠିଆରେ ପାଣି ରଖି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ଓ ଥକ୍କାପଣ ଦୂର ହୋଇଥାଏ ।

ମାଟି ପାତ୍ରରେ ପାଣି ରଖି ପିଇଲେ ହୃଦ ରୋଗ ଆଶଙ୍କା ଯଥେଷ୍ଟ କମିଯାଇଥାଏ ।

ମାଠିଆରେ କୌଣସି ଟେକ୍ନୋଲୋଜି ବ୍ୟବହାର ନକରାଯାଇ ମଧ୍ୟ ପାଣି ଥଣ୍ଡା ରହେ । ଯାହା ଆମକୁ ଏସଡ଼ିଟି ଭଳି ସମସ୍ୟାଠାରୁ ମୁକ୍ତି ଦେଇଥାଏ ।

Leave A Reply

Your email address will not be published.