Latest Odisha News

BREAKING NEWS

ଭବାନୀପାଟଣାରେ ଚମକିବ କାହାର ଭାଗ୍ୟ ?

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସିଟିଂ ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ପୁଣି ରିପିଟ୍ କରିଛି ବିଜେପି । କଂଗ୍ରେସ ମଧ୍ୟ ଭକ୍ତଚରଣ ଦାସଙ୍କ ପୁଅ ସାଗର ଦାସଙ୍କୁ ରିପିଟ୍ କରିଛି । ତେବେ ପ୍ରଦୀପ୍ତଙ୍କୁ ମାତ୍ ଦେବା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ । ଗତଥରର ବିଜେଡି ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ଜାଗାରେ ତାଙ୍କ ପତ୍ନୀ ଲଳିତା ନାୟକଙ୍କୁ ଟିକେଟ୍ ଦେଇଛି ବିଜେଡି। କଳାହାଣ୍ଡି ଜିଲ୍ଲାର ଏହି ଆସନରେ ଏଥର ତ୍ରିମୁଖୀ ଲଢେଇ ହେବ ।

ଭବାନୀପାଟଣାରୁ ବିଜେପି ଟିକେଟରେ ଚାରିଥର ଜିତି ବିଧାୟକ ହୋଇଛନ୍ତି ପ୍ରଦୀପ୍ତ । ତେବେ ଗତ ତିନିଟି ନିର୍ବାଚନ ଫଳାଫଳ ଦେଖିଲେ, ତିନି ଦଳଙ୍କୁ ସୁଯୋଗ ଦେଇଛନ୍ତି ଭବାନୀପାଟଣା ଭୋଟର । ୨୦୦୯ରେ କଂଗ୍ରେସରୁ ଦୁଷ୍ମନ୍ତ ନାଏକ, ୨୦୧୪ରେ ବିଜେଡିରୁ ଅନାମ ନାଏକ ଓ ୨୦୧୯ରେ ବିଜେପିରୁ ପ୍ରଦୀପ୍ତ ନାଏକ ଜିତିଛନ୍ତି । ଡବଲ ଇଞ୍ଜିନ ସରକାର ପାଇଁ କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ଜିତାଇବାକୁ ସେ ଲୋକଙ୍କୁ ନିବେଦନ କରୁଛନ୍ତି ।

ନବୀନ ସରକାରଙ୍କ ବିକାଶ କାମକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ଲଳିତା ନାଏକ । ମେଡିକାଲ କଲେଜ, ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ଉତ୍କେଲା ବିମାନବନ୍ଦର ପର୍ଯ୍ୟନ୍ତ ଭୋଟରଙ୍କ ପାଖରେ ରଖୁଛନ୍ତି ବିକାଶର ଚିଠା । ସେପଟେ ବିଜେଡି ଓ ବିଜେପିକୁ ଚେକ୍ ଦେବାକୁ ମଇଦାନରେ ହେଭିଓ୍ବେଟ୍ ଭକ୍ତ ଦାସଙ୍କ ପୁଅ ସାଗର ଦାସ । କଂଗ୍ରେସର ଗ୍ୟାରେଣ୍ଟି ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି । ବିଶେଷ କରି ଯୁବ ଭୋଟରଙ୍କୁ ମନାଇବାକୁ ସେ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.