Latest Odisha News

BREAKING NEWS

‘ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ ।

ମାରାଥନ ପ୍ରଚାର ସମୟରେ କନ୍ଧମାଳ ଲୋକସଭା ଆସନରେ ଅଭିଭାଷଣ ଦେଇ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ସୁଖ ଦୁଃଖର ସାଥୀ ହୋଇଅଛନ୍ତି । ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି । ବିଭିନ୍ନ ଛୋଟ ବଡ଼ ଜଙ୍ଗଲ ଅବକାରୀ ତଥା ପୋଲିସ କେସ୍‍ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମୁଖ୍ୟମନ୍ତ୍ରୀ ତାକୁ ସହୃଦୟତାର ସହିତ ନେଇ ସେମାନଙ୍କ ଉପରୁ ୫୦ ହଜାର ପୋଲିସ କେସ ରଦ୍ଦ କରିଛନ୍ତି ।

ଏହି ସଭାଗୁଡ଼ିକରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍‍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତଙ୍କ ସହିତ ସବୁ ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.