Latest Odisha News

ଚିନ୍ତାରେ ବିସିସିଆଇ: ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ମିଳୁନି

ମୁମ୍ବାଇ: ଇଣ୍ଡିଆନ ପ୍ରିମର ଲିଗର ୧୬ତମ ସଂସ୍କରଣ ପାଇଁ ବିସିସିଆଇ ଓ ଆୟୋଜକ କମିଟି ଚିନ୍ତାରେ ପଡିଛନ୍ତି । ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ଖାଲି ନାହିଁ । ରିପୋର୍ଟ ଅନୁସାରେ ଟି୨୦ ଲିଗ ଏକ ଏପ୍ରିଲରୁ ୩୧ ମେ ପର୍ଯ୍ୟନ୍ତ ଆୟୋଜିତ କରିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଲର୍ଡସରେ ୭ ଜୁନରୁ ଆରମ୍ଭ ହେବ । ଆଇସିସି ନିୟମ ଅନୁସାରେ ଆଇସିସିର କୌଣସି ଟୁର୍ଣ୍ଣାମେଂଟର ୭ଦିନ ପୂର୍ବରୁ ଏବଂ ପରେ ଅନ୍ୟ କୌଣସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । ବିସିସିଆଇ ଏହା ବଡ ସମସ୍ୟା ଭାବେ ଉଭା ହୋଇଛି । ପୂର୍ବରୁ ମାର୍ଚ୍ଚରୁ ମହିଳା ଆଇପିଏଲ ହେବ ବୋଲି ମଧ୍ୟ ଘୋଷଣା କରାଯାଇ ସାରିଛି । ବର୍ତମାନ ଆଇପିଏଲ ପାଇଁ ବିସିସିଆଇ ପାଖରେ ୬୦ ଦିନର ୱିଣ୍ଡୋ ରହିଛି ।

ଉଭୟ ପୁରୁଷ ଏବଂ ମହିଳା ଆଇପିଏଲ ପାଇଁ ବିସିସିଆଇ ପାଖାପାଖି ୩ ମାସର ୱିଣ୍ଡୋ ଖାଲି ରଖିଛି । ଏବେ ଆଇପିଏଲକୁ କିଛି ଦିନ ନ କମାଇଲେ ବିସିସିଆଇ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଇପିଏଲ ତାରିଖ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହେବ । ଟିମ ବଢ଼ିବା ଯୋଗୁ ମ୍ୟାଚର ସଂଖ୍ୟା ବଢ଼ୁଛି । ଯାହା ଫଳରେ ଏହି ଅସୁବିଧା ସୃଷ୍ଟି ହେଉଛି ।

Leave A Reply

Your email address will not be published.