Latest Odisha News

BREAKING NEWS

ପକ୍ଷୀ, ମଣିଷର ନିଆରା ସମ୍ପର୍କ

ସାଧାରଣତଃ ଯେତେବେଳେ ପକ୍ଷୀମାନେ ମଣିଷକୁ ଦେଖନ୍ତି, ସେମାନେ ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କର କିଛି କ୍ଷତି ନ ହୁଏ । କିନ୍ତୁ କିଛି ସ୍ଥାନରେ ପକ୍ଷୀ ଓ ମଣିଷ ଭିତରେ ସମ୍ପର୍କ ଖୁବ୍ ନିଆରା । କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ।

ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେଉଛି। ଯେଉଁଥିରେ ମଣିଷ ଓ ପକ୍ଷୀ ମଧ୍ୟରେ ଥିବା ବନ୍ଧୁତା ଦେଖିବାକୁ ମିଳିଛି ।  ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଆକାଶରେ ଥିବା ସମସ୍ତ କାଉକୁ ଗୋଟିଏ ସ୍ୱର ସହିତ ଡାକୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ଡାକିବା ମାତ୍ରେ ପକ୍ଷୀମାନେ ଉଡି ଆସୁଛନ୍ତି ।

ଏହି ଘଟଣାଟି ହେଉଛି ଭୋପାଳର । ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ଅକ୍କୁ ଭାଇ  ।  ବ୍ୟକ୍ତିଙ୍କ ପାଖରେ ଏକ ଚମତ୍କାର ପ୍ରତିଭା ରହିଛି । ସେ ମାତ୍ର କେଇ ମିନିଟରେ କାଉମାନଙ୍କର ଭିଡ଼ ଜମେଇ ପାରିବେ । ଭିଡିଓରେ ଦେଖିବାକୁ ମିଳୁଛି  ସେ କିପରି ଡାକିବା ଦ୍ୱାରା କାଉ ମାନେ ଚାଲି ଆସୁଛନ୍ତି । ଏହା ଦେଖି ଲୋକେ ବିଶ୍ୱାସ କରି ପାରୁନାହାନ୍ତି । ଯେତେବେଳେ ବ୍ୟକ୍ତି କା-କା ଶବ୍ଦ କରୁଛନ୍ତି, ସେତେବେଳେ ଧୀରେ ଧୀରେ କାଉମାନେ ଆସି ଭିଡ ଜମାଉଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

Leave A Reply

Your email address will not be published.