Latest Odisha News

BREAKING NEWS

ପୁସ୍ତକ ପରିଚୟ : ହେନା ଫୁଲର ବାସ୍ନା

ହେନା ଫୁଲର ବାସ୍ନା
ଗାଳ୍ପିକ : ରବି ପଣ୍ଡା
ପ୍ରକାଶକ : ପକ୍ଷୀଘର ପ୍ରକାଶନୀ
ମଧୁସୂଦନ ନଗର, ଭୁବନେଶ୍ୱର
ପୃଷ୍ଠା : ୨୩୪
ମୂଲ୍ୟ : ୨୦୦

ଚଉଦଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଗାଳ୍ପିକ ରବି ପଣ୍ଡାଙ୍କର ପ୍ରେମ ଗଳ୍ପ ସଙ୍କଳନ ‘ହେନା ଫୁଲର ବାସ୍ନା’ ଏକ ସ୍ବତନ୍ତ୍ର ସୃଷ୍ଟି । ପ୍ରେମ କାହାଣୀକୁ ନେଇ କେତେବେଳେ ଝର୍କା ଫାଙ୍କରୁ ଉତ୍ତାଳ ପବନ ବହି ଆସେ ତ , ଆଉ କେବେ ହୃଦୟକୁ ସମ୍ବେଦନହୀନ ମାଂସ ପିଣ୍ଡୁଳା କରି ରଖିଦିଏ । ଆଞ୍ଜୁଳି ଭର୍ତ୍ତି ହେନା ଫୁଲର ବାସ୍ନା ଆଘ୍ରାଣ କରିବାକୁ ଅନେକ ବର୍ଷ ଲାଗିଯାଉଥିବା ବେଳେ ମିତା , ନମିତା ଓ ମଧୁମିତା ମାନେ ପୁରା କରି ପାରନ୍ତି ନାହିଁ ସ୍ୱପ୍ନ । ନିତିଦିନିଆ ତେଲ ଲୁଣର ସଂସାର ଭିତରେ ନିଜ ଅସ୍ମିତାକୁ ବଜାୟ ରଖି ପ୍ରେମର ପରଶରେ ସାଧାରଣ ନାରୀଟିଏ ବି ହୋଇପାରେ ଦେବୀ । ଆହତ ମନ ନେଇ ସବୁବେଳେ ସ୍ନେହ ସରାଗରୁ କାଣିଚାଏ ଖୋଜୁଥିବା ପକ୍ଷୀଟିଏ ଏକୁଟିଆ ଉଡିଯାଇପାରେ ଅଫେରା ଆକାଶର ଦିଗକୁ । ସୀମାର ଆରପାରି ବି ଗୋଟିଏ ନିର୍ଦ୍ଧିଷ୍ଟ ପରିସୀମା ଭିତରେ ରହିଥାଏ । ପ୍ରେମର ପ୍ରଭାବରେ ଭାଙ୍ଗି ପଡୁଥିବା ସମୟ , ମନରେ ଗଜୁରେଇଦିଏ ବିଶ୍ୱାସର ଚାରାଟିଏ । ହଜି ଯାଇଥିବା ପ୍ରମୋଦମାନେ ହଜିବା ପୂର୍ବରୁ ହିଁ ଲେଖି ସାରିଥାନ୍ତି ନିଚ୍ଛକ ପ୍ରେମକାହାଣୀ । ଅସ୍ତିତ୍ବର ଇସ୍ତାହାରରେ ଅତି ସାଧାରଣ ମନେ ହେଉଥିବା ମଣିଷଟିଏ  ନିକ୍ଷେପି ପାରେ । କୁଟିଳ କଟାକ୍ଷ ପ୍ରେମର ଦାୟବଦ୍ଧତା । ବୈରାଗ୍ୟରେ ଭରି ପରେ ଅନୁରାଗର ତଲ୍ଲୀନତା । ଖରାରେ ଠିଆ ହୋଇଥିବା ଲୋକଟି ପରଖି ପାରେନି ନିଜର ଛାଇକୁ । ପ୍ରେମରେ ସର୍ତ୍ତର ସତ୍ତା ଦୋହଲାଇ ଦେଇପାରେ ହୃତପିଣ୍ଡର ସ୍ପନ୍ଦନ । ପରିଶେଷରେ ହୁଏତ ଚକ୍ରବ୍ୟୁହ ଭିତରେ ହିଁ ଛଟପଟ ହେବ ପ୍ରେମ ।

ସମୁଦାୟ ଚଉଦଟି ଗପର ଏଇ ସଙ୍କଳନଟି ପାଠକଙ୍କୁ ବାନ୍ଧି ରଖିବ ତା’ର ସ୍ୱତନ୍ତ୍ର କାହାଣୀର ପଟ୍ଟଭୂମିରେ। ଜୀବନ , ଜୀବନରେ ପ୍ରେମ , ପ୍ରେମରେ ପରାକାଷ୍ଠା , ପରାକାଷ୍ଠାରେ ପ୍ରତୀକ୍ଷା ଏବଂ ପ୍ରତୀକ୍ଷାରେ ପ୍ରେମର ଅନ୍ତରଙ୍ଗ ଅନୁଭବର ଅଭିବ୍ୟକ୍ତି ହିଁ ଗାଳ୍ପିକ ରବିପଣ୍ଡାଙ୍କର ” ହେନା ଫୁଲର ବାସ୍ନା ।”

 

Leave A Reply

Your email address will not be published.