Latest Odisha News

BREAKING NEWS

ଅବକାରୀ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟ୍‌କା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତା ଗିରଫ ହୋଇଛନ୍ତି। ସୋମବାର ରାଉଜ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଉଜ ଆଭେନ୍ୟୁ କୋର୍ଟ କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଉଭୟ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

BjdElectrycity

ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ.କବିତା ଏହି ପୁରା ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି । ପ୍ରମାଣକୁ ନଷ୍ଟ କରିବାକୁ ସେ ଚେଷ୍ଟା କରିପାରନ୍ତି।

ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢ଼ାଉ କରି ଇଡି କେ.କବିତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣା ଯାଇଥିଲା। ଏହାପରେ ତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ତଥା ଏହି ମାମଲାର ଅଭିଯୁକ୍ତ ଥିବା ଅରୁଣ ରାମଚନ୍ଦ୍ରନ୍‌ ପିଲ୍ଲାଇଙ୍କ ସହ ମୁହାଁମୁହିଁ ପଚରାଉଚରା କରାଯାଇଥିଲା। ଦିଲ୍ଲୀ ଅବକାରୀ ନୀତି ଅନୁଯାୟୀ ମାର୍କେଟ୍‌ରେ ଏକ ବଡ ଭାଗିଦାରୀ ପାଇବା ପାଇଁ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରାୟ ୧୦୦ କୋଟି ଟଙ୍କା ସେ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି।

 

Leave A Reply

Your email address will not be published.