Latest Odisha News

BREAKING NEWS

Browsing Category

କଟକ

Cuttack

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି…

ଗଣିତ ସାରଙ୍କ କଳଙ୍କିତ କାରନାମା: ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଅଟକ

କଟକ: ଗୁରୁ ନାଁରେ କଳଙ୍କ । ଗଣିତ ସାରଙ୍କ କୁତ୍ସିତ କାରନାମା । ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ…

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ

କଟକ: ଦୁଇ ବନ୍ଧୁକ ବେପାରୀ କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଛନ୍ତି । ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ  ଆକସ୍ମିକ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ବନ୍ଧୁକ ବେପାରୀ ହେଲେ ଜଗତସିଂହପୁରର ଅଜିତ ରାୟ ଓ ଗଞ୍ଜାମର ଅଜୟ ମହାରଣା । ସେମାନଙ୍କ ଠାରୁ…

SCB ମେଡିକାଲ ନର୍ସିଂ କଲେଜ ଅନ୍ୟାଦେଶ ଯାଏ ବନ୍ଦ

କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ…

କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁଲିଫ୍) କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ ନାଁ ଦିଲୀପ କୁମାର ଜେନା ।  ଭୁବନେଶ୍ୱର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକରେ କୋଚିଂ ସେଣ୍ଟର ସିଲ୍ । ଅରୁଣଦୋୟ ନଗରସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଏମସି ସିଲ କରିଛି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ଦିନ ତଳେ ସହରରେ ଆଉ ଏକ କୋଚିଂ…

ରୋଗୀଙ୍କ ଜୀବନ ସହିତ ଖେଳ, କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, ରୋଗୀ ଚାଲାଣ ଅଭିଯୋଗ

କଟକ: ଦଲାଲଙ୍କ ରୋଗୀ ଚାଲାଣ ଅଭିଯୋଗରେ କଟକ ମଙ୍ଗଳାବାଗ ଥାନା ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଦଲାଲଙ୍କ ଏଭଳି ଅମାନବୀୟ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ବଡ ମେଡିକାଲରୁ ରୋଗୀଙ୍କୁ ଦଲାଲ ମାଧ୍ୟମରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍କୁ…

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ

କଟକ: ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ଓଲିଉଡର ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରିବେ…

ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ

କଟକ: ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ଉତ୍କଳ ଦିବସରେ ଆଜି କଟକରେ ଗାନ୍ଧିଜୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ଆଜି ଲୋକାର୍ପଣ ହେବ ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କଟକରେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର…