Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ବିଶିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଗୁରୁ ମିନତୀ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ…

ଜାଗୃତି ସାଂସ୍କୃତିକ ପରିଷଦର ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର : ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ…

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଉଦ୍‌ଘାଟିତ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ନିଆରା ଭକ୍ତି ଭାବାପନ୍ନ ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ରଥଯାତ୍ରା ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ 

ପୁରୀ : ପବିତ୍ର ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ପରିସରରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ଓଡ଼ିଶା ଶିଳ୍ପୀ ମହାସଙ୍ଘର କାରିଗର ସମାବେଶ

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ରାଜ୍ୟ ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ, ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ଦାବୀ କରିଛି । ୨୦୧୯ ମସିହା ମାର୍ଚ୍ଚ ୫ ତାରିଖରେ…

ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ‘ନୃତ୍ୟ ବିଳାସ’ ଆୟୋଜିତ

ଭୁବନେଶ୍ୱର : ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶୀ ନୃତ୍ୟାନୁଷ୍ଠାନ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକଉତ୍ସବ 'ନୃତ୍ୟ ବିଳାସ' ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ତ୍ରିଧାରାର ନିର୍ଦ୍ଦେଶକ ତଥା…

୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ୱର : ସରିଯାଇଛି ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଶୀତଳ ଷଷ୍ଠୀ ମହୋତ୍ସବ । ଶିବାଂଶୀ ଫାଉଣ୍ଡେସନ ପଶ୍ଚିମ ଓଡ଼ିଶା ବୁଦ୍ଧିଜୀବୀ , ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର…

ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ । ବନାରସ, ବମ୍ବେ,…