Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ…

ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଓଡ଼ିଶାର ୧୩ ଜଣ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର ପ୍ରଦର୍ଶିତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏକାଡେମୀର ସଭାପତି ସୁଦର୍ଶନ…

ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଲେ ଜର୍ମାନୀ ଓ ଫ୍ରାନ୍ସ

ପ୍ୟାରିସ : କରୋନା ଟିକା ଆଷ୍ଟ୍ରାଜେନେକା ବ୍ୟବହାର ଉପରେ ଲାଗିଲଶ ରୋକ୍ । ଆଉ ଦୁଇଟି ଦେଶ ଜର୍ମାନୀ ଓ ଫ୍ରାନ୍ସ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଟିକା ନେବା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ…

କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ଦିନକରେ ଟିକା ନେଲେ ଲକ୍ଷେରୁ ଅଧିକ ବୟସ୍କ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଭଳି କୋଭିଡ୍ ଟିକାକରଣରେ ସଫଳତାର ସିଡ଼ି ଚଢ଼ୁଛି ଓଡ଼ିଶା । ଗତ ସପ୍ତାହରେ ଦୈନିକ ୧ ଲକ୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଆଜି ତାହା ପୂରା ହୋଇଛି । ସୋମବାର ସନ୍ଧ୍ୟା ୬ଟା ସୁଦ୍ଧାର ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର…

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି ଦଣ୍ଡଯାତ୍ରା ପାଳନକୁ…

ଓଡ଼ିଶାରେ ବଢ଼ିପାରେ କରୋନା ସଂକ୍ରମଣ: ଡାକ୍ତର ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେପଟେ ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।…

ସୁରଟରେ ବଢିଲା କରୋନା, ୨୦ ଛାତ୍ରଛାତ୍ରୀ ପଜିଟିଭ୍,  କଲେଜ ସହ ୨ ସ୍କୁଲ ବନ୍ଦ

ସୁରଟ: ଗୁଜୁରାଟର ସୁରଟରେ ସ୍କୁଲ-କଲେଜ ଖୋଲିବା ପରେ ବଢିଗଲା କରୋନା । ଗୋଟିଏ କଲେଜ ଓ  ଦୁଇଟି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ଗତ ଫେବ୍ରୁଆରୀ ମାସରୁ ସ୍କୁଲ ଖୋଲିଲାଣି । ତାପରଠୁ ଏବେ ସୁଦ୍ଧା ରାଜ୍ୟରେ ୧୧୮ ଛାତ୍ରଛାତ୍ରୀ ଓ ଶିକ୍ଷକ…

୧୬ରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ତରଫରୁ ଆସନ୍ତା ୧୬ ମାର୍ଚ୍ଚରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ  ଆୟୋଜିତ ହେବ। ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ସମାରୋହ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଗୁରୁ ଦେବପ୍ରସାଦ ଦାସଙ୍କ…

ରାଜ୍ୟରେ ଆଜି ୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୩୮୨୫୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…