Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅକ୍ଟୋବର ୧ରୁ ଖୋଲିବ ସିନେମା ହଲ୍‌

କୋଲକାତା: ଅକ୍ଟୋବର ପହିଲାରୁ ଖୋଲିବ ସିନେମା ହଲ୍ । କେବଳ ସେତିକି ନୁହେଁ ଯାତ୍ରା, ମୁକ୍ତାକାଶ ରଙ୍ଗମଂଚ ମଧ୍ୟ ଖୋଲିବ । କୋଭିଡ ନିୟମ ମାନିବା ସହ କିଛି କଟକଣା ରଖି ଏଭଳି ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିଭଳି ନୃତ୍ୟ, ଗୀତ ଓ ମ୍ୟାଜିକ ଶୋକୁ ମଧ୍ୟ…

ଦିନକ ପରେ ମୌସୁମୀ ଅଧିବେଶନ, ଆଜି ବି ଚାଲିଛି ବିଧାୟକଙ୍କ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର: ଆଉ ଦିନକ ପରେ ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ କର୍ମଚାରୀଙ୍କ ଆଜି ବି କରୋନା ଟେଷ୍ଟ ହେଉଛି । ଆଜି ସକାଳ ୮ଟାରୁ ଟେଷ୍ଟ ଆରମ୍ଭ ହୋଇଛି । ନମୁନା ସଂଗ୍ରହ ଲାଗି ବିଧାନସଭା ପରିସରରେ ୬ଟି କାଂଉଟର କରାଯାଇଛି । ସାମାଜିକ ଦୂରତା ରଖି ନମୂନା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହରିଦ୍ୱାର ଓ ଋଷିକେସ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଂଜରେ କ୍ୱାରେଂଟାଇନ୍‌ରେ…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୭୬୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୭୬୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୧୧୭୩, କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ୱରରୁ…

ଗୋଟିଏ ଦିନରେ ଭୁବନେଶ୍ୱରରେ ୩୧୯ ଆକ୍ରାନ୍ତ; ସୁସ୍ଥ ୩୫୩

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୬୨ ଜଣ କ୍ୱାରେଣ୍ଟାଇନ୍ ଏବଂ…

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।…

ଖୋର୍ଦ୍ଧାରେ ବ୍ରେକଫେଲ୍ କରୋନା: ଦିନକରେ ପାଖାପାଖି ହଜାରେ ସଂକ୍ରମିତ

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣକୁ କେବେ ଆସିବ ? ବେକାବୁ ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରି ଯାଇଛି । ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । ଯାହାକି ଦିନକରେ…

ଆଜି କରୋନା ନେଲା ଆଉ ୧୬ ଜୀବନ

ପୁରୀ: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟରେ କରୋନାର ନୂଆ ରେକର୍ଡ: ଦିନକରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର: ସେପ୍ଟେମ୍ବରରେ ନୂଆ ରେକର୍ଡ କରୁଛି କରୋନା । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଏଯାଏ ସର୍ବାଧିକ ୪ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ୨୫ ଶହ ୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର…

ବରଗଡରେ ନକଲି କରୋନା ଟୀକା !

ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ…