Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସର ପୂର୍ବତନ କର୍ମୀ, ୮ କୋଟି ହେରଫେର ଅଭିଯୋଗ

ଭଦ୍ରକ: ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସ୍ ର ପୂର୍ବତନ ବରିଷ୍ଠ ସହାୟକ ସନ୍ତୋଷ କୁମାର ପଣ୍ଡାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ଏଥିସହିତ ତାଙ୍କର ପାଞ୍ଚ ଜଣ ସହଯୋଗୀ - ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭୟ ରୁଟରୁ ଜିଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କନଭୟ ରୁଟ୍ ରେ ଜିଲେଟିନ୍ ଷ୍ଟିକ୍ ଉଦ୍ଧାର ହେବା ପରେ ତାଙ୍କ ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାଟି ଆର୍ଟ ଅଫ୍ ଲିଭିଂ ସେଣ୍ଟର ନିକଟ କନକପୁରା ରୋଡ୍ ସ୍ଥିତ କାଗଲିପୁରା ଅଞ୍ଚଳର ଥାଥାଗୁନି…

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ GRP କନଷ୍ଟେବଳଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା ମାମଲାରେ ଗିରଫଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ଅନେକଙ୍କୁ ଗିରଫ କରିଥିବା ବେଳେ ପଚରାଉଚରା ପାଇଁ ଅନ୍ୟ ପାଞ୍ଚ ଜଣଙ୍କୁ ଅଟକ ରଖିଛି। ତେବେ ସିସିଟିଭି ଫୁଟେଜ୍…

ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ  ବାଲେଶ୍ୱରରେ ଏକ ଘରୋଇ କମ୍ପାନୀର ମାଲିକଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିଜିଏସଟିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରିଛି। ଅଭିଯୁକ୍ତ ଓମ ପ୍ରକାଶ ନାୟକ ୧୬ ଲକ୍ଷ ଟଙ୍କା ଜିଏସଟି ରିଫଣ୍ଡ ଦେବା ପାଇଁ…

ଭିଜିଲାନ୍ସ ଜାଲରେ ଡିଆରପି, ୩୦ ହଜାର ଲାଞ୍ଚ ନେଉଥିଲେ

ଭୁବନେଶ୍ୱର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବରଗଡ଼ର ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ (DRP)ଙ୍କୁ ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (PMFME) ଯୋଜନାର ଫର୍ମାଲାଇଜେସନ୍ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି।…

ପଶ୍ଚିମବଙ୍ଗରେ ବୁଲଡୋଜର ଶାସନ; ଭାଙ୍ଗିଲା TMC କାର୍ଯ୍ୟାଳୟ

କୋଲକାତା: ପଶ୍ଚିମବଙ୍ଗରେ ଉତ୍ତେଜନା କମିବାର ନାଁ ନେଉନାହିଁ। କୋଲକାତାର ପ୍ରସିଦ୍ଧ ହଗ୍ ମାର୍କେଟ (ନ୍ୟୁ ମାର୍କେଟ) ନିକଟରେ ମଙ୍ଗଳବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ କିଛି ବିଜେପି ସମର୍ଥକ ଓ କର୍ମୀ ଏକଜୁଟ ହୋଇ ବୁଲଡୋଜରରେ ଟିଏମସିର ନ୍ୟୁ ମାର୍କେଟ ୟୁନିଅନ୍…

୧.୦୮ କୋଟି ଟଙ୍କା ଆତ୍ମସାତ ଅଭିଯୋଗ; ବ୍ୟାଙ୍କ ଶାଖା ପରିଚାଳକ ଗିରଫ

ଭୁବନେଶ୍ୱର: ମାଲକାନଗିରି ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (KCC)ର ଶାଖା ପରିଚାଳକଙ୍କୁ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ୧.୦୮ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୫ଟି LAMPCS…

Election Result: ଥାଲାପତୀଙ୍କ ପରାଜୟ ଗୁଜବ ଶୁଣି ଫ୍ୟାନ୍ସଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ: ସୋମବାର (୪ ମେ, ୨୦୨୬) ଦିନ ତାମିଲନାଡୁ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ଥାଲାପତୀ ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ…

ମାଲକାନଗିରିରେ ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ରାକେଟ୍ ଠାବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଠାବ କରାଯାଇଛି। ଏଥିସହିତ ପ୍ରାୟ ୧୦୦ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ୍। ଗୁଇନ୍ଦା ସୂଚନା ଆଧାରରେ, ପୋଲିସ ଏହି ଅଞ୍ଚଳରେ ଏକ ସନ୍ଦିଗ୍ଧ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ର ଗତିବିଧି…

ପୋଲିସ SI ସ୍କାମ୍‌; ୮ ଦଲାଲଙ୍କ ବିରୋଧରେ NBW ଜାରି

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରାଯାଇଛି। ବାରମ୍ବାର ନୋଟିସ୍ ସତ୍ତ୍ୱେ ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)…