Latest Odisha News

BREAKING NEWS

Browsing Category

ଅପରାଧ

ସାମାଜିକ ଦୂରତ୍ବ ନିୟମ ଉଲଘଂନ; ବ୍ରହ୍ମପୁରରେ ଆମ୍ବ ମାର୍କେଟ ବନ୍ଦ

ବ୍ରହ୍ମପୁର: ସାମାଜିକ ଦୂରତା ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଠାରୁ ସହରର ଆନ୍ଧାପାସାଟା ରୋଡରେ ଆମ୍ବ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। "ବାରମ୍ବାର ନିର୍ଦ୍ଦେଶ ସତ୍ବେ ବଜାରରେ ଦୋକାନୀମାନେ ସାମାଜିକ…

ମଦର୍ସ ଡେ’ରେ ମା’କୁ ହତ୍ୟା କଲା ପୁଅ

ମାଳକାନଗିରି: ମାତୃତ୍ୱ ଦିବସରେ ମା’କୁ ହତ୍ୟା । ରକ୍ତରେ ଭିଜିଲା ମା’ର ପଣତ କାନି । ପୁଅର ଠେଙ୍ଗାମାଡରେ ସବୁ ଦିନ ପାଇଁ ଆଖିବୁଜିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ ।ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି…

ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭୁବନେଶ୍ୱର: ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଭୁବନେଶ୍ୱର ଏୟାରପୋର୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଅମୀୟ ସ୍ୱରୂପ ମହାପାତ୍ର । ଗଣ୍ଡଗୋଳ ଓ ମାରପିଟ୍ ଘଟଣାରେ ପୋଲିସ ଗତକାଲି ତାକୁ ଗିରଫ କରିଥିଲା । ଏହାପରେ ତାକୁ ଏୟାରପୋର୍ଟ ଥାନାରେ…

ଖୋର୍ଦ୍ଧାରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାସ୍ଥିତ ଅସରଲା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି  ପ୍ରାୟ ୩୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଚଢ଼ାଉ ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ…

କ୍ବାରେନଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଥିବା ବ୍ୟକ୍ତି ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଢେଇମୁଣ୍ଡା ସ୍ଥିତ ଏକ କ୍ବାରେନଣ୍ଟାଇନ କେନ୍ଦ୍ରରୁ ସୋମବାର ରାତିରେ ପଳାଇଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ଗତ ଏପ୍ରିଲ୍ ୨୬ରେ ରାଉରକେଲାର କରୋନା ହଟସ୍ପଟ୍ ଅଞ୍ଚଳ ନାଲା ରୋଡରୁ ସେଠାକୁ ଯାଇଥିବା ବେଳେ ବିଟିଏମ୍ ପ୍ରାଥମିକ ବିଦ୍ୟାଳୟରେ…

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଭଦ୍ରକ: ମାରଣାଅସ୍ତ୍ର ଦେଖାଇ ଗ୍ୟାସ୍ ଏଜେନ୍ସି କର୍ମଚରୀଙ୍କ ଠାରୁ ଲୁଟ୍ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଏଭଳି ଘଟଣା ଘଟିଛି । ପାଳିଆବିନ୍ଦା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା…

କ୍ବାରେନଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ; ଥାନାରେ ମାମଲା ରୁଜୁ

ଭଦ୍ରକ: ଭଦ୍ରକ ଜିଲ୍ଲାର ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ ହେବା ଘଟଣାରେ ଭାତପଡା ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ସୋମବାର ଦିନ ତିହିଡି ଥାନାରେ ମାମଲା ରୁଜୁ କରିଛନ୍ତି। ଏପରିକି ସେ ସାତଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଭାଇରାଲ ହୋଇଥିବା…

ପୂର୍ବତନ ଓଡିଶା ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆକ୍ରମଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବୁଧବାର ରାତିରେ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳି ମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ବିଧାୟକ ଜଣକ ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଗାଡିରେ…

ଦିନରାତି ଅନିଦ୍ରା ପ୍ରଶାସନ ଓ ପୁଲିସ୍‌; କ୍ୱାରେଣ୍ଟାଇନ୍‌ରୁ ଖସି ପଳାଇଲେ ୧୯ !

ରାୟଗଡା: କେରେଡା ପଂଚାୟତ ଛାତ୍ର ନିବାସରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଲେ ୧୯ଜଣ । ଖସି ପଳାଇଥିବା ତାଲିକାରେ ବାହାର ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମିଲ ଥିବା ଜଣାପଡିଛି । ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛି ପୋଲିସ…

କରୋନା ଲକ୍‌ଡାଉନରେ ଚାଲିଥିଲା ଜୋର୍‌ଦାର୍ ମଦ ବେପାର; ୪୩ ଗିରଫ

ଅନୁଗୋଳ - ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ଆଉ ଲକଡାଉନ ସମୟରେ ଏହି ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଜଣଙ୍କୁ…