Latest Odisha News

BREAKING NEWS

Browsing Category

ଅପରାଧ

ଭଦ୍ରକରୁ ଉଦ୍ଧାର ହେଲେ ୨୭ ଶିଶୁ ଶ୍ରମିକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଜିତାନଗା ଅଞ୍ଚଳରୁ ପୋଲିସ ସହାୟତାରେ ପ୍ରାୟ ୨୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ କେହି ଜଣେ ଦଲାଲ୍ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ନେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚଢାଉ…

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି। “କେରଳରୁ କୋଭିଡ…

ଢେଙ୍କାନାଳରେ କନଷ୍ଟେବଳଙ୍କୁ ଗୁଳିମାଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଶୁକ୍ରବାର ରାତିରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ଗାଁରେ ମେଲଣ ଯାତ୍ରା ଚାଲିଥିବା ବେଳେ କୌଣସି କାରଣବଶତଃ…

ପୋଲିସ ଆଉଟପୋଷ୍ଟ ଉପରେ ବୋମା ମାଡ଼

ନିଆଳି: ଶୁକ୍ରବାର ଦିନ କାସରଦା ପୋଲିସ ଆଉଟପୋଷ୍ଟ ଉପରେ କିଛି ଦୁର୍ବୁତ୍ତ ବୋମା ଫିଙ୍ଗିବା ପରେ କଟକ ଜିଲ୍ଲାର ନିଆଲିରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ, ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି…

କଟକରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକର ନିଆଳି ଅଞ୍ଚଳରେ ଶୁକ୍ରବାର ଦିନ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ହେଉଥିବା ଦିପୋଟି ମେଲଣରେ ବିଭିନ୍ନ ଦୋଳ ମେଲଣ ଏକାଠି ହୋଇଥିବା ବେଳେ ଗହଳି ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ…

ବିବାହ ଭାଙ୍ଗିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର: ବିବାହ ବନ୍ଦ ହୋଇଯିବାରୁ ଭଞ୍ଜନଗରରେ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଯୁବକ ଜଣକ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ଜାଣିବା ପରେ ସ୍ଥାନୀୟ…

ଖୋର୍ଦ୍ଧାରୁ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଓଡିଶା ସ୍ପେଶାଲ ଟାସ୍କ ଫୋର୍ସ ଚଢାଉ କରି ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ଓଜନ ପାଖାପାଖି ୧ କେଜି ହେବ।…

ଯାଜପୁର: ଚୋରା ଚାଲାଣ ବେଳେ ୧୦ କିଲୋ ଗଞ୍ଜେଇ ଜବତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ଚୋରା ଚାଲାଣ ହେଉଥିବା ବେଳେ ୧୦ କେ.ଜି ଗଞ୍ଜେଇ ଜବତ କରିଛି ପାଣିକୋଇଲି ପୋଲିସ। ଏହି ଘଟଣାରେ ୧ ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ମୁତାବକ ଗଞ୍ଜେଇ ଚାଲାଣ ହେବା ନେଇ ପାଣିକୋଇଲି ପୋଲିସ କୌଣସି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁର ଆରଟିଓ ଗିରଫ

ଭୁୁବନେଶ୍ୱର: ସୋମବାର ଦିନ ଓଡିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁରର ଆଂଚଳିକ ପରିବହନ ଅଧିକାରୀ(ଆଟିଓ) ଗଣେଶ୍ୱର କହଁରଙ୍କୁ ଗିରଫ କରିଛି । ମାର୍ଚ୍ଚ ୬ ତାରିଖରେ ଭିଜିଲାନ୍ସ କହଁରଙ୍କ ନବରଙ୍ଗପୁର ଭଡା ଘର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଫୁଲବାଣୀ ଓ…

ପୁରୀରେ ଯୁବକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲାସ୍ଥିତ କଞ୍ଜିଆ ଛକ ନିକଟରେ ସୋମବାର ଦିନ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯାହାକୁ ନେଇ ଉତ୍ତେଜିତ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି । ମୃତ ଯୁବକଙ୍କ ନାମ ପୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରେନ୍ଦ୍ର ନୟାଗଡର ବାସିନ୍ଦା…