Latest Odisha News

BREAKING NEWS

Browsing Category

ଅପରାଧ

୨ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଚାଂଚଲ୍ୟକର ଘଟଣା । ଜଣେ ଯୁବତୀ ୨ଜଣ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଦୁଇ ଜଣ ପୋଲିସକର୍ମୀ ଅପହରଣ କରିନେଇ ବହୁତ ସମୟ ବାନ୍ଧି କି ରଖିଥିଲେ । ଏନେଇ ପୋଲିସ ମାମଲା ରୁଜୁ…

ବଡ ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ ପୋଲିସ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚରା…

ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ; ରୋଗୀ ସେବା ବାଧାପ୍ରାପ୍ତ

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ (ଏମସିଏଚ)ରେ ଶନିବାର ଦିନ ନର୍ସ ଓ ପାରା ମେଡିକାଲ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଗତ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ…

ଗୋଆରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ନାବାଳକ ଗିରଫ

ପାନାଜୀ: ଓଡ଼ିଶାର ଜଣେ ୨୮ ବର୍ଷିୟା ଯୁବତୀଙ୍କୁ ଗୋଆରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ୧୬ ବର୍ଷ ବୟସ୍କ ଜଣେ ନାବାଳକକୁ ଗୋଆ ପୋଲିସ ଗିରଫ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଠାକାର ସ୍ଥାନୀୟ ଅଦାଲତ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍…

ଚଳନ୍ତା ଟ୍ରେନରେ ପ୍ୟାସେଞ୍ଜରଙ୍କୁ ଲୁଟୁଥିଲେ; ଗିରଫ ହେଲେ ୩ ଜଣିଆ ଗ୍ୟାଙ୍ଗ୍‌

ବାଲେଶ୍ୱର: ବିଭିନ୍ନ ଟ୍ରେନରେ ପଶି ଯାତ୍ରୀମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଲୁଟି ଚାଲିଥିଲେ ଏକ ଡକାୟତ ଦଳ । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗରେ ଥିବା ୩ ଜଣ ଦୁର୍ବୃତ୍ତଙ୍କ୍‌ୁ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ଡକାୟତ ଦଳ ଆଜି ଏକ ଟ୍ରେନରେ…

ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ…

ଲଜ୍ଜା: ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ…

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ…

ହସ୍ପିଟାଲରେ ରକ୍ତ ବିକ୍ରି ଅଭିଯୋଗରେ ୭ ଗିରଫ

ଭବାନୀପାଟଣା: କାଳହାଣ୍ଡି ଜିଲ୍ଲାର ଧର୍ମଗଡ ସବ-ଡିଭିଜନାଲ୍ ହସ୍ପିଟାଲରେ ରକ୍ତ ବିକ୍ରି କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଦଲାଲ୍ ଏବଂ ଆଉ ୨ ଜଣ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ ରହିଥିବା ନେଇ ଏସପି ବତ୍ତୁଳା ଗଙ୍ଗାଧର ସୂଚନା ଦେଇ କହିଛନ୍ତି…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ତାଙ୍କ ଗାଡିରୁ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା…