Latest Odisha News

BREAKING NEWS

Browsing Category

ଅପରାଧ

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ…

ରାୟଗଡା ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୭ ଦାଦନ ଶ୍ରମିକ

ରାୟଗଡା: ରାୟଗଡା ପୋଲିସ ଓ ଜିଆରପି ମିଳିତ ଉଦ୍ୟମରେ ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ରାୟଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଥାନାରେ ଯୁବତୀ ଚାଲାଣକାରୀଙ୍କ ସନ୍ଦେହଜନକ ମୃତ୍ୟୁ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାସ୍ଥିତ ଧାରୁଆଡିହି ଥାନା ଭିତରେ ଜଣେ ମଣିଷ ଚାଲାଣକାରୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ଅଭିଯୁକ୍ତ ସୁନିଲ ଲୋଧିକୁ ଏକ ମାମଲାରେ ପୋଲିସ ପୂର୍ବରୁ ହେପାଜତରେ ରଖି ପଚରାଉଚରା କରୁଥିବା ବେଳେ ଥାନା ବାଥରୁମ ମଧ୍ୟରୁ ତାକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ…

ଗଞ୍ଜାମ: ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକସ୍ଥିତ ମାଗୁରା ଗ୍ରାମରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ଘଟିଥିବା ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଛାତ୍ରମାନଙ୍କୁ…

ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଡିଏଫଓ

ବ୍ରହ୍ମପୁର: ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ କଟକ ଭିଜିଲାନ୍ସ ସେଲର ଆଣ୍ଟି-କରପସନ୍ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ…

କନ୍ଧମାଳ ସେବାଶ୍ରମରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ, ୧ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘରସ୍ଥିତ ଏକ ଆଦିବାସୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ ୪ ମାସର ଅର୍ନ୍ତସତ୍ୱା ହୋଇଥିବାବେଳେ ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏନେଇ ଥାନାରେ ଏତଲା ଦେବା ପରେ…

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ,…

କୋରାପୁଟରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଜୟପୁର: କୋରାପୁଟ ଜିଲ୍ଲାର ହାତୀଶାଳ ଛକ ନିକଟରେ ବୁଧବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ ଗଞ୍ଜେଇ ଚାଲାଣକାରୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ନାମ କାବୁଲ ଖରା ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ କାର୍ ଓ ଗୋଟିଏ ପିସ୍ତଲ୍ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। କାବୁଲର…

ସୁନ୍ଦରଗଡ଼ରେ ସହପାଠୀଙ୍କ ଦ୍ୱାରା କଲେଜ ଛାତ୍ରୀ ଦୁଷ୍କର୍ମର ଶୀକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜିଲ୍ଲାର ବାଲିଶଙ୍କର ଅଞ୍ଚଳରେ ଥିବା ଜଙ୍ଗଲରେ ନିଜ ସହପାଠୀଙ୍କ ଦ୍ୱାରା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାଟି ଜୁନ ୨୬ ତାରିଖରେ ଘଟିଥିଲେ ମଧ୍ୟ ସୋମବାର ଦିନ…

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ପୁରୀ: ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦ ଗ୍ରାମ ନିକଟସ୍ଥ ପଟ୍ଟନାୟକିଆ ଛକ ଜାତୀୟ ରାଜପଥରେ ୨ ଦିନ ପୂର୍ବରୁ ଘଟିଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୋଲିସ ମଙ୍ଗଳବାର ଦିନ ମାଷ୍ଟରମାଇଣ୍ଡ ସମେତ ୬ ଜଣକୁ ଗିରଫ କରିଛି । ଏସମ୍ପର୍କରେ ପୋଲିସ ଡିଜି ଆରପି ଶର୍ମା ଗଣମାଧ୍ୟମକୁ ସୂଚନା…