Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ଓଡ଼ିଶା ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

ରବି ରଥ ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ ୧୦…

ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ : ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…

୨୦୨୨ ପାଇଁ କମଳା ଶତପଥି ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ 'ସୁନେଲି ବାଦଲ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ 'ଭେଣ୍ଡି ମେଘମ'ର ଏହା ଓଡ଼ିଆ ଅନୁବାଦ।…

ସୂକ୍ଷ୍ମ ଅନୁଭବ ଓ ଲାଳିତ୍ୟର ସମାହାର କବିତା, ପୃଥିବୀର ଶ୍ରେଷ୍ଠତମ ସୌନ୍ଦର୍ଯ୍ୟ : ପ୍ରବୀଣ କୁମାର କବି

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପ୍ରବୀଣ କୁମାର କବି । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

ଦେଇଥିଲେ ପାଇ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଓଡ଼ିଶାର ପୁରପଲ୍ଲୀରେ ଘୁରି ବୁଲୁଥିବା ଚକୁଳିଆ ପଣ୍ଡାମାନଙ୍କର ଗୀତ ପଦେ ମନେ ପଡେ। “ ଦେଇଥିଲେ ପାଇ ମା’ ଲୋ ଖୋଇଥିଲେ ଖାଇ, ପଡିଆ ବାରିରେ ମା’ ଲୋ ଗୋଧନ ଚରାଇ “ ଅର୍ଥାତ୍ ଦରକାର ସମୟରେ କାହାକୁ କେବେ କିଛି ଦାନ ଦେଇଥିଲା ଲୋକଟିର ଜୀବନରେ…

ଲେଖକମାନେ ଦୁଃଖୀ ମଣିଷର ସ୍ୱର ହୁଅନ୍ତୁ : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ, କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା,ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର…

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…

ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ବଳ : ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଆପ୍ତବାଣୀ ଟିଏ.... “ ଈଶ୍ୱର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ହିଁ କରନ୍ତି ।" ଏହା ଏକ ସର୍ବମାନ୍ୟ ସତ୍ୟ । ଏହାର ଅନେକ ଅନେକ ଉଦାହରଣ ଦେଖିବାକୁ ମିଳେ ଏ ସଂସାରରେ । ସେମିତି ଗୋଟିଏ ଉଦାହରଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଆଇ ଆଇଟି…

କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି : ଶୁଭଶ୍ରୀ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ,…